ମାଲିକଙ୍କୁ ହତ୍ୟା କରି ଘରେ କଳାକନା ବୁଲାଇଲେ ଡକାୟତ

ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ସଶସ୍ତ୍ର ଡକାୟତି I ଡ଼କାୟତଙ୍କ ଆକ୍ରମଣରେ ଗୃହସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ,ତାଙ୍କ ପତ୍ନୀ ଗୁରୁତ୍ତର ହୋଇ କଟକ ବଡ଼ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି I

ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଅବସରପ୍ରାପ୍ତ ସ୍କୁଲ କ୍ଲର୍କ ହୃଷିକେଶ ମୁଦୁଲିଙ୍କ ଘରେ ହୋଇଥିଲା ଡକାୟତି I ପ୍ରଥମେ ରାତିରେ କିଛି ଲୋକ ତାଙ୍କ ଦୁଆର ମୁହଁରେ ଆସି ନାଁ ଧରି ଡାକିଥିଲେ I ସେ ଉଠି କବାଟ ଖୋଲିବା ମାତ୍ରେ ୪ ଜଣ ସଶସ୍ତ୍ର ଡକାୟତ ଏକI ସହିତ ଘର ଭିତରେ ପଶି ଲୁଟପାଟ ଆରମ୍ଭ କରିଥିଲେ I ଏହାକୁ ହୃଷିକେଶ ପ୍ରତିରୋଧ କରିବାରୁ ଡକାୟତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା Iଏହି ସମୟରେ ତାଙ୍କ ପତ୍ନୀ କନକଲତା ସ୍ୱାମୀଙ୍କୁ ବଞ୍ଚାଇବାକୁ ଆସି ଡ଼କାୟତଙ୍କ ଆକ୍ରମଣ ର ଶିକାର ହୋଇଥିଲେ I ତେବେ ଘରେ ଥିବା ତାଙ୍କ ସମ୍ପର୍କୀୟ ନାତି ଅନ୍ୟ ଘରେ ବନ୍ଦ ଥିବାରୁ ଏଥିରୁ ବର୍ତି ଯାଇଛି I

ହତ୍ୟାକାଣ୍ଡ ପରେ ଡକାୟତ ମାନେ ଘରର ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ବହୁ ମୂଲ୍ୟବାନ ଜିନିଷ ଲୁଟ କରି ନେଇ ଯାଇଛନ୍ତି I ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖବର ପାଇ ନେମାଳ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.