ମିସେସ୍‌ ବେନେଫାଟା କୁଇନ୍‌ ସାଇପ୍ରସନ୍ନା

ଅନେକ ସମୟରେ ଓଡ଼ିଶାର ନାରୀମାନେ ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ରାଜ୍ୟର ଗୌରବ ବଢାଇଛନ୍ତି । ଏହି ତାଲିକାରେ ଅନେକ ନାଁ ସାମିଲ ଅଛି,ସେଥିରେ ଆଉଜଣଙ୍କ ନାଁ ଯୋଡି ହୋଇଛି ଯିଏ ଓଡ଼ିଶାକୁ ଜାତୀୟସ୍ତରରେ ପରିଚିତ କରାଇଛନ୍ତି । ସେ ହେଉଛନ୍ତି ଭୁବନେଶ୍ୱର ୪୧ ବର୍ଷୀୟା ଡ଼ଃ ସାଇପ୍ରସନ୍ନା ବେହେରା । ଅଗଣିତ ମହିଳାଙ୍କ ପାଇଁ ବର୍ତ୍ତମାନ ସେ ପ୍ରେରଣା ସାଜିଛନ୍ତି । ସେ ଏକାଧାରରେ ଜଣେ ମଡେଲ୍‌ ଓ ସଫଳ କ୍ଲିନିକାଲ୍‌ ରିସର୍ଚ୍ଚ ପ୍ରଫେସନାଲ । ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ମିସେସ୍‌ ଇଣ୍ଡିଆ ଆଇଏନ୍‌ସି ୨୦୨୩ର ଚତୁର୍ଥ ସିଜନ୍‌ରେ ସେ ମିସେସ୍‌ ବେନେଫାଟା କୁଇନ୍‌ ଓ ମିସେସ୍‌ ସ୍ମାର୍ଟ୍‌ ବ୍ରେନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ଏଥିରେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା, ପୂର୍ବତନ ଭାରତୀୟ କ୍ରିକେଟର ଏସ୍‌. ଶ୍ରୀସନ୍ତ ଏବଂ ଭାରତୀୟ ଅଭିନେତା ଡିନୋ ମୋରେ ପ୍ରମୁଖ ବିଚାରପତି ଭାବେ ଉପସ୍ଥିତଥିଲେ । ଏହା ଆଗରୁ ୨୦୨୧ ରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ହଟ୍‌ ମଣ୍ଡ୍‌ ମିସେସ୍‌ ୱର୍ଲïୱାଇଡ୍‌ରେ ସାଇପ୍ରସନ୍ନା ପ୍ରଥମ ରନର୍ସଅପ୍‌ ରହିଥିଲେ । ସାଇପ୍ରସନ୍ନାଙ୍କ ଏହି ସଫଳ କୃତିତ୍ୱ, ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମର ଏକ ପ୍ରମାଣ ଅଟେ । ସେ ନିଜର ସଫଳତାର ଶ୍ରେୟ ପରିବାର ତଥା ଗୁରୁଜନମାନଙ୍କ ଆଶୀର୍ବାଦକୁ ଦେଇଛନ୍ତି । ତାଙ୍କର ପ୍ରେରଣାଦାୟକ ଯାତ୍ରା ଲକ୍ଷ ଲକ୍ଷ ମହିଳାଙ୍କୁ ନିଜର ସ୍ୱପ୍ନ ସାକାର କରିବାକୁ ପ୍ରେରଣା ଯୋଗାଇବ ।

Comments are closed.