Edited by Papu Mohanty
ଭୁବନେଶ୍ୱର : May 12: କୋଭିଡ ଯୋଗୁ ଶୀଥିଳ ହୋଇପଡିଥିଲା ଅର୍ଥନୀତିର ପୁନରୁଦ୍ଧାର ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ଏକ ସପ୍ତାହ ମଧ୍ୟରେ କୋଭିଡ କେୟାର ସେଣ୍ଟର ଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇବ । ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜୂପୁର ଓ ବଲାଙ୍ଗୀର ଜିଲ୍ଲାମାନଙ୍କରେ କୋଭିଡ କେୟାର ସେଂଟରର ସିଟ ସଂଖ୍ୟା ବଢାଯିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି । ଏବେ ପ୍ରବାସୀ ଓଡିଆ ମାନେ ବହୁ ସଂଖ୍ୟାରେ ରାଜ୍ୟକୁ ଫେରୁଥିବାରୁ ବିଭିନ୍ନ ଅଂଚଳରେ ନିର୍ମିିତ ଅସ୍ଥାୟୀ ଶିବିର ଗୁଡିକର ଉପଯୁକ୍ତ ପରିଚାଳନା ଓ ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନଙ୍କରେ ଅନ୍ତେବାସୀମାନଙ୍କୁ କୋଭିଡ ରୋଗ ପରିଚାଳନା ସଂପର୍କରେ ତାଲିମ ଦିଆଯିବ । ଯ ଦ୍ୱାରା ସଙ୍ଗରୋଧରୁ ବାହାରିବା ଫଳରେ ସେମାନେ କୋଭିଡ ସେ୍ୱଚ୍ଛାସେବୀ ଭାବରେ ସମାଜକୁ ସେବା ଯୋଗାଇଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
Comments are closed.