ଭୁବନେଶ୍ୱର: ଜୁନ ୧୦: ମୋ ବସରେ କ୍ୟାସଲେସ୍ ଟିକେଟ୍ ଆରମ୍ବ ହୋଇଛି। କୋରୋନା ସଂକ୍ରମଣ ରୋକିବାରେ ଏହା ସହାୟକ ହେବ । ନୋଟ୍ ଏବଂ ଖୁଚୁରାର ବ୍ୟବହାରକୁ କମ୍ କରିବା ଯୋଗୁ ଯାତ୍ରୀ ଏବଂ ଗାଇଡ୍ମାନେ ନିଜକୁ ସୁରକ୍ଷିତ ରଖିପାରିବେ ।
ବର୍ତ୍ତମାନ ରୁଟ୍ ନଂ ୧୬ ଏବଂ ୨୦ରେ ଏହି ସୁବିଧା ଉପଲବ୍ଧ ହେବ । କ୍ରମଶଃ ସମସ୍ତ ରୁଟ୍ରେ ଯାତ୍ରୀମାନେ କୁ୍ୟଆର୍ କୋଡ୍ ମାଧ୍ୟମରେ ନିଜର ଟିକେଟ୍ କରିପାରିବେ। ମୋ ବସରେ ମୋବାଇଲ୍ ଆପ୍ ଏବଂ ଅନଲାଇନ ଟିକେଟ୍ ସେବା ଆଗରୁ ଉପଲବ୍ଧ ଅଛି । ଯାତ୍ରୀମାନେ ଡିଜିଟାଲ ୱାଲେଟକୁ ବ୍ୟବହାର କରି ଟିକେଟ୍ କରିପାରିବେ । ବସରେ ଚଢିବା ମାତ୍ରେ ଯାତ୍ରୀମାନେ ଗାଇଡମାନଙ୍କ ପାଖରେ ଥିବା କୁ୍ୟଆର୍ କୋଡ୍କୁ ସ୍କାନ କରିପାରିବେ । ସ୍କାନ କରିବା ମାତ୍ରେ ଟିକେଟ୍ର ମୂଲ୍ୟ ସିଧାସଳଖ କ୍ରୁଟ୍ର ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଉଭୟ ଯାତ୍ରୀ ଏବଂ ଗାଇଡ୍ ଏହି ଦେୟ ସମ୍ବଦ୍ଧୀୟ ମେସେଜ୍ ନିଜ ମୋବାଇଲରେ ପାଇବେ । ସଫଳ ଦେୟକୁ ତନଖି କରିବା ପରେ ଗାଇଡ୍ ଟିକେଟ୍ ପ୍ରିଣ୍ଟ କରି ଯାତ୍ରୀଙ୍କୁ ଦେବେ । ଆଗାମୀ ଦିନରେ ଡିଜିଟାଲ୍ ଟିକେଟ୍ ବୁକିଙ୍ଗ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରାଯିବ । ନୋଟ୍ର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ୍ ତରଫରୁ ପ୍ରଚେଷ୍ଟା ଚାଲିଛି । ଖୁବ୍ଶୀଘ୍ର TAP AND PAY CARD ସେବା ଆରମ୍ଭ ହେବାକୁ ଯାଉଛି । କୋରୋନା ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋ ବସ କର୍ମଚାରୀଙ୍କୁ ସୁରକ୍ଷିତ ରଖିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।
Comments are closed.