ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ସେଥିମଧ୍ୟରୁ ଜଣେ ଭଲ ହୋଇଯାଇଥିବା ବେଳେ ଅନ୍ୟ ୫୪ ଜଣ ଚିକିତ୍ସିତ ହେଉଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଦୁଇ ଜଣ ବ୍ୟକ୍ତି ପୁରୁଷ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣକର ବୟସ ୫୭ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୬୫ ବର୍ଷ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ େୱବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ମୋଟ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ ଭଲ ହୋଇଯାଇଥିବା ବେଳେ ୧୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଦୁଇଜଣ ମୃତୁ୍ୟବରଣ କରିଛନ୍ତି ।