ନୟାଗଡ଼, (ସବ୍ୟୁ): ଅଗଷ୍ଟ ୨୦: ବୁଧବାର ଦିନ ପ୍ରକାଶ ପାଇଥିବା ରାଜ୍ୟ ଯୁକ୍ତ୨ ବାଣିଜ୍ୟ ଫଳାଫଳ ବାଜି ମାରିଛି ନୟାଗଡ଼ ଜିଲ୍ଲା । ପାସ୍ ହାରରେ ରାଜ୍ୟର ପ୍ରଥମ ସ୍ଥାନରେ ରେ ନୟାଗଡ଼ ଜିଲ୍ଲା ରହିଥିବା ବେଳେ ଟପର ତାଲିକାରେ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଦ୍ୟାର୍ଥୀ । ରାଜ୍ୟସ୍ତରୀୟ କୃତୀତ୍ୱ ପାଇଁ ଜିଲ୍ଲାର ବାଣିଜ୍ୟ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ମହଲରେ ପ୍ରସଂଶା ମିଳିଛି ।
ନୟାଗଡ଼ ଜିଲ୍ଲା ଯୁକ୍ତ ୨ ବାଣିଜ୍ୟ ଛାତ୍ର ଛାତ୍ରୀଙ୍କ କୃତୀତ୍ୱ ଜିଲ୍ଲା ପାଇଁ ଗୌରବ ଆଣିଛି । ରାଜ୍ୟସ୍ତରୀୟ ପରୀକ୍ଷର୍ଥୀଙ୍କ ପାସହାର ମଧ୍ୟରେ ୮୮.୨୩ ପ୍ରତିଶତ ରଖି ପ୍ରଥମ ସ୍ଥାନରେ ରହିଛି ନୟାଗଡ଼ ଜିଲ୍ଲା । ସେହିପରି ରାଜ୍ୟର ଟପର ତାଲିକାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳର ଛାତ୍ର ସିତୁ ବେହେରା ୬୦୦ରୁ ସର୍ବାଧିକ ମାର୍କ ୫୬୭ ରଖି ରାଜ୍ୟ ଟପର ହୋଇଛନ୍ତି । ରାଜ୍ୟ ଟପର ତାଲିକାର ଦ୍ୱିତୀୟ ସ୍ଥାନରେ ରହଛନ୍ତି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାର ଛାତ୍ରୀ ମନସ୍ୱୀତା ମହାନ୍ତି । ସେ ୬୦୦ ମାର୍କରୁ ୫୬୨ ରଖି ଦ୍ୱୀତିୟ ସ୍ଥାନ ହାସଲ କରିଥିବା ବେଳେ ୧୫ ତମ ସ୍ଥାନରେ ସଂପୃକ୍ତ କଲେଜର ବର୍ଷାରାଣୀ ସାଥୁଆ ରହିଥିବା ଜଣାପଡ଼ିଛି । ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ କୃତିତ୍ୱ ଜିଲ୍ଲାପାଇଁ ଓ ମହାବିଦ୍ୟାଳୟ ପାଇଁ ସୁନାମ ଆଣିଥିବାରୁ ଚାରିଆଡ଼େ ଖୁସୀର ବାତାବରଣ ଦେଖାଦେଇଛି । କୃତୀ ଛାତ୍ର ଛାତ୍ରୀଙ୍କୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବିଭିନ୍ନ ମହଲରେ କୃତୀ ଛାତ୍ର ଛାତ୍ରୀଙ୍କର ପ୍ରସଂଶା କରାଯାଇଛି ।
Comments are closed.