ଯେଉଁମାନେ ଇଭିଏମ୍କୁ ନେଇ ପ୍ରଶ୍ନ କରୁଥିଲେ ଏବେ ସେମାନେ ନିରବ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ଇଣ୍ଡି ମେଣ୍ଟକୁ କଟାକ୍ଷ କରିଛନ୍ତି। ଇଭିଏମ୍ର ବଶ୍ବସନୀୟତାକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ପ୍ରଶ୍ନ ଉଠାଇଥିବାରୁ ଏହି ପ୍ରସଙ୍ଗରେ ଟିପ୍ପଣୀ ରଖି ମୋଦୀ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ଫଳ ଘୋଷଣା ହେବାପରେ ଇଣ୍ଡି ମେଣ୍ଟର ନେତାମାନେ ଗଣତନ୍ତ୍ରର ଶକ୍ତି ପାଇଁ ନିରବ ହୋଇଯାଇଛନ୍ତି। ଏନଡିଏ ସାଂସଦଙ୍କର ଏକ ବୈଠକରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଇଣ୍ଡି ମେଣ୍ଟର ସଦସ୍ୟମାନେ ଯେତେବେଳେ ଇଭିଏମ୍ ଏବଂ ଆଧାର ଭଳି ଟକନୋଲୋଜିକୁ ନେଇ ପ୍ରଶ୍ନ ଉଠାଇଥିଲେ ସେ ସମୟରେ ମୁଁ ଦୃଢ଼ ଭାବେ ବିଶ୍ବାସ କରୁଥିଲି ଯେ ସେମାନେ ପୁରୁଣା କାଳର। ତେବେ ଏହା ଭାରତୀୟ ଗଣତନ୍ତ୍ରର ଶକ୍ତି ଯାହା ଫଳରେ ଯେଉଁମାନେ ଇଭିଏମ୍ ନିର୍ବାଚନ କମିସନଙ୍କୁ ନେଇ ପ୍ରଶ୍ନ କରୁଥିଲେ ଏବେେ ସେମାନେ ନିରବ ଅଛନ୍ତି। ମୋଦୀ କହିଛନ୍ତି, ବିରୋଧୀମାନେ ଲୋକଙ୍କୁ ଏହା ଜଣାଇବାକୁ ଚେଷ୍ଟା କରୁଛନ୍ତି ଯେ ଲୋକସଭା ନିର୍ବାଚନ ଫଳ ଏନଡିଏ ପାଇଁ ପରାଜୟ। କିନ୍ତୁ ଲୋକମାନେ ଏହା ଭଲଭାବେ ଜାଣିଛନ୍ତି ଯେ ଏନଡିଏ ମେଣ୍ଟ କେବେ ବି ହାରିବନି। କଂଗ୍ରେସର ନିର୍ବାଚନ ପ୍ରଦର୍ଶନ ସଂକ୍ରାନ୍ତରେ ଟିପ୍ପଣୀ ରଖି ମୋଦୀ କହିଛନ୍ତି, କଂଗ୍ରେସ ୧୦ ବର୍ଷ ପରେ ବି ୧୦୦ ଟପିପାରିବନି। ଚଳିତ ନିର୍ବାଚନରେ ବିଜେପି ଏକାକୀ ଯେତିକି ଆସନରେ ଜିତିଛି କଂଗ୍ରେସ ଗତ ୩ ବର୍ଷରେ ଏକାଠି ମଧ୍ୟ ସେତିକି ଆସନରେ ଜିତିପାରିନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ୨୯୩ ଆସନରେ ଜିତିଛି। ବିଜେପି ଏକାକୀ ୨୪୦ ଆସନରେ ଜିତିଛି। କିନ୍ତୁ ସରକାର ଗଠନ ପାଇଁ ୨୭୨ ସଂଖ୍ୟା ଆବଶ୍ୟକ। ତେବେ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବିଜେପି ସଂଖ୍ୟାଗରିଷ୍ଠତା ହରାଇଲା।

Har Ghar Tiranga