ଦିଲ୍ଲୀ: ଜୁଲାଇ ୩୦: ଏକ ଥା ରାଜା ଏକ ଥା ରାନୀ, ମଧୁବାଲା ଆଦି ଟେଲିଭିଜନ୍ ଧାରାବାହିକରେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦ୍ରଷ୍ଟି ଧାମି ପ୍ରଥମ ଥର ପାଇଁ ଫିଲ୍ମରେ ଦେଖାଦେବେ । ଫିଲ୍ମର ନାମ- ଦ ଏମ୍ପେଆର୍ । ଏଥିରେ ସେ ଏକ ଯୋଦ୍ଧା ରାଜକୁମାରୀ ଚରିତ୍ରରେ ଅଭିନୟ କରିବେ । ତେବେ ଅଭିନେତ୍ରୀଙ୍କ ଫିଲ୍ମଟି ଓଟିଟି ପ୍ଲାଟ୍ ଫର୍ମରେ ରିଲିଜ୍ ହେବ । ପ୍ରଥମ ଥର ପାଇଁ ଏକ ଭିନ୍ନ ଧରଣର ଫିଲ୍ମରେ କାମ କରିବାକୁ ମିଳିଥିବାରୁ ସେ ବହୁତ ଆଶାବାଦୀ । ଏହି ଫିଲ୍ମରେ ତାଙ୍କ ନାୟକ ଭାବେ ଅଭିନେତା କୃଣାଳ କପୁର ନଜର ଆସିବେ । ନିଖିଲ ଆଡଭାନୀ ଫିଲ୍ମର ନିର୍ଦ୍ଦେଶକ ରହିଥିବାବେଳେ ମିତାକ୍ଷରା କୁମାର ସହନିର୍ଦ୍ଦେଶକ ଅଛନ୍ତି । ଫିଲ୍ମର ପ୍ରଯୋଜକ ମୋନିଷା ଆଡଭାନୀ ଏବଂ ମଧୁ ଭୋଜୱାନୀ ।
Comments are closed.