ପଞ୍ଜାବୀ ସିଙ୍ଗର ଦିଲଜିତ୍ ଦୋସାଞ୍ଜାଙ୍କ ପରେ ବର୍ତ୍ତମାନ ରଣବୀର ସିଂଙ୍କ ଫିଲ୍ମ ଧୁରନ୍ଧରକୁ ନେଇ ସୋସିଆଲ ମିଡିଆରେ ବିରୋଧାଭାବ ଦେଖିବାକୁ ମିଳିଛି । ଏହି ଫିଲ୍ମର କିଛି ସିନ୍ ଲୁଧିଆନାର ଏକ ଗାଁରେ ହୋଇଛି, ଯେଉଥିରେ ଏକ ଘରର ଛାତ ଉପରେ ପାକିସ୍ତାନର ଜାତୀୟ ପତାକା ଲାଗିଥିବା ଦେଖିବାକୁ ମିଳିଛି । ସେହି ଛାତ ଉପରେ ରଣବୀରଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । କିଛି ସମୟ ସିନ୍ ଏଠାରେ ସୁଟିଂ ହୋଇଛି । ତେବେ ସୋସିଆଲ ମିଡିଆରେୟୁଜର୍ସମାନେ ଫିଲ୍ମର ଏହି ସିନ୍କୁ ନେଇ ବିଭିନ୍ନ କଥା ଆଲୋଚନା କରିବାରେ ଲାଗିଛନ୍ତି । ରଣବୀରଙ୍କର ଦେଶଭକ୍ତି ଉପରେ ଲୋକ ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି । ଫିଲ୍ମରେ କେଉଁ ପରିସ୍ଥିତିରେ ପାକିସ୍ତାନ ଜାତୀୟ ପତାକାର ବ୍ୟବହାର କରାଗଲା ସେନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ଫିଲ୍ମଟି ଅଜିତ୍ ଡୋଭାଲଙ୍କ ବାୟୋପିକ୍ ହୋଇଥିବାନେଇ ଚର୍ଚ୍ଚା ହେଉଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଆଦିତ୍ୟ ଧର ତୁଲାଇଛନ୍ତି । ତେବେ ଏହାର କାହାଣୀ ନେଇ ଆଜି ପର୍ଯ୍ୟନ୍ତ କୌଣସି ଖୁଲାସା ହୋଇନାହିଁ । ଫିଲ୍ମରେ ରଣବୀର ସିଂ, ଅର୍ଜୁନ ରାମପାଲ, ଆର୍ ମାଧବନ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।