ରଥଖଳାରେ ନିର୍ମାଣ ହେବ ରଥ; ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟସରକାର

Edited by Papu Mohanty

ଭୁବନେଶ୍ୱର, (ସବୁ୍ୟ): 07/05:ରଥ ନିର୍ମାଣ ନେଇ କେନ୍ଦ୍ରସରକାର ରାଜ୍ୟକୁ ଦେଇଛନ୍ତି ସବୁଜ ସଙ୍କେତ । ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଓଡିଶା ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ ସମ୍ପର୍କରେ ଜଣାଇଦିଆଯାଇଛି । ତେବେ ଏହି ଅନୁମତି ସର୍ତମୂଳକ । ଗୃହମନ୍ତ୍ରଣାଳୟର ସର୍ତ୍ତ ଅନୁସାରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ କରାଯିବ ତେବେ ସେଠାରେ କୌଣସି ଧାର୍ମିକ ଏକତ୍ରୀ କରଣ ହୋଇପାରିବନି । ସାମାଜି ଦୂରତାର କଡା ଅନୁପାଳନ ହେବ । ଲକ୍‌ଡାଉନ୍‌ ସର୍ମ୍ପକିତ ସମସ୍ଥ ଗାଇଡ୍‌ଲାଇନକୁ କଡାକଡି ଭାବେ ପାଳନ କରାଯିବ ।
ସୂଚନାଯୋଗ୍ୟ ଯେ ରଥଯାତ୍ରା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁମତି ମାଗିଥିଲେ । ତେବେ ରଥ ନିର୍ମାଣ ପାଇଁ କେନ୍ଦ୍ର ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ରଥଯାତ୍ରା ହେବକି ନାହିଁ ତାହାର ନିଷ୍ପତ୍ତି ରାଜ୍ୟସରକାରଙ୍କ ଉପରେ ଛାଡିଦେଇଛନ୍ତି । ରଥଯାତ୍ରା ହେବକିନାହିଁ ସେତେବେଳର ସ୍ଥିତିକୁ ଆକଳନ କରି ଯାହା ନିଷ୍ପତ୍ତି ରାଜ୍ୟସରକାର ନେବେବୋଲି କୁହାଯାଇଛି ।

Comments are closed.