ରଥଯାତ୍ରା ପୁନଃବିଚାର ପାଇଁ ଆବେଦନ; ସୁପ୍ରିମକୋର୍ଟରେ ଆଉ ଦୁଇଟି ପିଟିସନ

ଭୁବନେଶ୍ୱର: ଜୁନ ୧୯:ପୁରୀ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ ଦାଖଲ ହୋଇଛି । ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଗୋଟିଏ ଓ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଆଉ ଗୋଟିଏ ପିଟିସନ ଦାଏର କରାଯାଇଛି ।
ଅଫତାବ ହୁସେନଙ୍କ ତରଫରୁ ଦାଖଲ ହୋଇଥିବା ମୋଡିଫିକେସନ ପିଟିସନରେ ଅନୁରୋଧ କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟରେ ଆଂଶିକ ପରିବର୍ତ୍ତନ କରନ୍ତୁ । କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି । ପୁରୀ ସହରକୁ ସଟଡାଉନ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ ପିଟିସନରେ ଦର୍ଶାଯାଇଛି । ରଥଯାତ୍ରା ବନ୍ଦ ନେଇ କୋର୍ଟ ଦେଇଥିବା ରାୟର ପୁନଃବିଚାର ପାଇଁ ଆବେଦନ କରିଛନ୍ତିି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । କେବଳ ପୁରୀରେ ଯାତ୍ରା କରାଇବାକୁ ପିଟିସନରେ ସେ ମଧ୍ୟ ଆବେଦନ କରିଛନ୍ତି । ତେବେ ଏହି ପିିଟିସନରେ ସୁପ୍ରିମକୋର୍ଟରେ ତାଲିକା ଭୁକ୍ତ ହୋଇନାହିଁ । ଆସନ୍ତା ସୋମବାର ଏହା ତାଲିକା ଭୁକ୍ତ ହେବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।
ରଥଯାତ୍ରା ବନ୍ଦ ଲାଗି ଗତକାଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ । ଓଡ଼ିଶା ବିବାକଶ ପରିଷଦ ପକ୍ଷରୁ ଦାଖଲ ମାମଲାରେ ଶୁଣାଣିି କରି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଇଥିଲେ । କରୋନା ମହାମରୀ ସମୟରେ ରଥଯାତ୍ରା ଲାଗି ଲୋକଙ୍କ ଏକାଠି ହେବାକୁ ଅନୁମତି ଦିଆଯାଇପାରିବନି । ଜନସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା କିମ୍ବା ଏ ସମ୍ପର୍କିତ ଅନ୍ୟାନ୍ୟ ବାହ୍ୟନୀତି ପାଇଁ ମଧ୍ୟ ଅନୁମତି ଦେଇ ହବନି ବୋଲି ରାୟରେ ଉଲ୍ଲେଖ କରାଯାଇଥିଲା ।

Comments are closed.