ରଥଯାତ୍ରା ପ୍ରସଙ୍ଗ; ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ଭୁବନେଶ୍ୱର :ଜୁନ ୨୧: ରଥଯାତ୍ରା ସଂପର୍କରେ ସୋମବାର ସୁପ୍ରିମକୋର୍ଟଙ୍କ ଚୁଡାନ୍ତ ରାୟ ଆସିବାକୁ ଥିବାବେଳେ ରବିବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ଅନୁରୋଧ କରିଛନ୍ତି । କିଛି ଅଳ୍ପ ସଂଖ୍ୟକ ସେବାୟତ ଓ ପୋଲିସଙ୍କୁ ନେଇ ରଥଯାତ୍ରା କରାଯାଉ ଓ ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ଅପରପକ୍ଷରେ ରଥଯାତ୍ରା ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପିଟିସନ ଦାୟର କରିଛନ୍ତି । ପିଟିସନ ଦାୟର ନେଇ ଟୁଇଟରରେ ସୂଚନା ଦେଇଛନ୍ତି ସମ୍ବିତ ପାତ୍ର । ୨୩ରେ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରଥମ ଆଦେଶର ସ୍ପଷ୍ଟୀକରଣ ଓ ସଂଶୋଧନ ନିମନ୍ତେ ଆବେଦନ ଦାଖଲ କରିଥିବା କହିଛନ୍ତି । ସୋମବାର ସୁପ୍ରିମକୋର୍ଟରେ ମହାପ୍ରଭୁଙ୍କ ରଥଯାତ୍ରାର ଶୁଣାଣି ହେବ । ପୂର୍ବହ୍ନ ୧୧ଟାରେ ଜଣିକିଆ ଖଣ୍ଡପୀଠ ଏହାର ଶୁଣାଣୀ କରିବେ ।

Comments are closed.