ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା

ଆବେଦନକୁ ସ୍ୱେଛାକୃତ ଭାବେ ଗ୍ରହଣ କରିପାରିଥାନ୍ତେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ଜୁନ ୨୧:ପୁରୀ ରଥଯାତ୍ରା ବନ୍ଦ ହେବା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥଯାତ୍ରା ବନ୍ଦ ପାଇଁ ହୋଇଛି ଯୋଜନାବଦ୍ଧ ଯୋଜନା । ସୁପ୍ରିମକୋର୍ଟ ଚାହିଁଥିଲେ ୨୦ ଜୁନରେ ଆବେଦନକୁ ସ୍ୱେଛାକୃତ ଭାବେ ଗ୍ରହଣ କରିପାରିଥାନ୍ତେ । କୌଣସି ବିଶେଷ ପରିସ୍ଥିତିରେ ଅବକାଶ ଦିନ ଥିଲେ ବି କୋର୍ଟ ଖୋଲିପାରିବ । ପରମ୍ପରା ବନ୍ଦ ହେଲେ ଜଗନ୍ନାଥ କ୍ଷମା ଦେବେ କି ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଶୁକ୍ରବାର କରୋନା ଯୋଗୁଁ ପୁରୀରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାୟ ଦେଇଥିଲେ ସୁପ୍ରିମକୋର୍ଟ । ଏହାପରେ ରାୟର ପୁନଃବିଚାର ପାଇଁ ଆବଦେନ କରି କୋର୍ଟରେ ୧୭ ପିଟିସନ ଦାୟର ହୋଇଛି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପୁନଃବିଚାର ପାଇଁ କିଛି ବ୍ୟକ୍ତି ଓ ସଙ୍ଗଠନ ପକ୍ଷରୁ ୧୭ଟି ପିଟିସନ ଦାଖଲ ହୋଇଛି । ଶୁକ୍ରବାର ୫ଟି ପିଟିସନ ଦାଖଲ ହୋଇଥିବାବେଳେ ଶନିବାର ଆଉ ୧୨ଟି ପିଟିସନ ଦାଖଲ ହୋଇଛି । ଅନ୍ୟ ସବୁଠାରେ ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା ବନ୍ଦ ନକରିବାକୁ ସୁପ୍ରିମକୋର୍ଟରେ ଗୋଟିଏ ପରେ ଗୋଟିଏ ମୋଡିଫିକେସନ ପିଟିସନ ଦାଖଲ ହୋଇ ଚାଲିଛି । ଦୁଇଟି ମୋଡିଫିକେସନ ପିଟିସନରେ ଆବଶ୍ୟକସ୍ଥଳେ ପୁରୀକୁ ସଟଡାଉନ କରି ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଛି ।

Comments are closed.