By Papu Mohanty
ଭୁବନେଶ୍ୱର : May 21:ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲାବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । କରୋନା ପାଇଁ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ । ମାତ୍ର ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ପରିସ୍ଥିତି ଅନୁସାରେ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ରଥ ଯାତ୍ରା ଆୟୋଜନ କରାଯାଉ କିଛି ସେବାୟତ ଦାବି କରିଥିଲେ ।
Comments are closed.