ରଥଯାତ୍ରା ବିବାଦ; ସୁପ୍ରିମକୋର୍ଟରେ ଶୁଣାଣୀ ସୋମବାର

ଭୁବନେଶ୍ୱର : ଜୁନ ୨୧:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ନେଇ ସୋମବାର ସୁପ୍ରକୋର୍ଟରେ ଶୁଣାଣି ହେବ । ରଥଯାତ୍ରା ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି । ସୋମବାର ସୁପ୍ରମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି । ଜଷ୍ଟିସ ଏସ୍‌, ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି । ଭିସି ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି । ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି । ପୂର୍ବରୁ ରଥଯାତ୍ରାକୁ ନେଇ ହୋଇଥିବା ଆବେଦନ ଉପରେ ସବୋର୍ଚ୍ଚ କୋର୍ଟ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲଗାଇଥିଲେ । କରୋନ ଭାଇରସକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରାଇବାକୁ କୋର୍ଟ କହିଥିଲେ । ସେପଟେ ରାଜ୍ୟସରକାରଙ୍କ ପକ୍ଷରୁ ରଖାଯାଇଥିବା ପକ୍ଷ ଦୁର୍ବଳ ତଥ୍ୟ ଦିଆଯିବା ଏବଂ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କିତ ପ୍ରକୃତ ତଥ୍ୟ ଦିଆଯାଇନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି ।
ଅନ୍ୟପଟେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ୩ ପୃଷ୍ଠାର ଚିଠି ଲେଖି ରଥଯାତ୍ରା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି । ଏପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପ୍ରେସ ରିଲିଜ୍‌ ମାଧ୍ୟମରେ ପରମ୍ପରାଗତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ଦୂରଦର୍ଶୀପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହିଛନ୍ତି । ହେଲେ ଏନେଇ ରାଜ୍ୟ ସରକାର ପ୍ରତିକି୍ରୟା ରଖିନାହାନ୍ତି ।

Comments are closed.