ଭୁବନେଶ୍ୱର : ଜୁନ ୨୩:ବହୁ ବାଦବିବାଦ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ପବିତ୍ର ଘୋଷଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁସାରେ ବିନା ଭକ୍ତରେ ଅନୁଷ୍ଠିତ ଏହି ରଥଯାତ୍ରାରେ ସେବାୟତ ଓ ପୋଲିସ କର୍ମଚାରୀ ମିଳିତ ଭାବେ ରଥ ଟାଣିଥିଲେ । ଯାତ୍ରାର ସିଧାପ୍ରସାରଣ ହୋଇଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ଠାକୁରଙ୍କୁ ପ୍ରଣାମ ମଧ୍ୟ କରିଥିବା ଦେଖାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ ‘ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି । ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ଆନ୍ଦୋଳିତ କରୁଛି । ମହାପ୍ରଭୁ ଆମ ଗୁହାରୀ ଶୁଣିବେ ଓ ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ ।
Comments are closed.