ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଛି। ଏହି ଫଟୋରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ଏବଂ ୩ ସେନା ମୁଖ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକରେ ବସି ହସୁଥିବାର ଦେଖିବାକୁ ମିଳିଛି। ଦିଲ୍ଲୀରେ ଏକ ରୁଦ୍ଧଦ୍ବାର ବୈଠକରେ ରାଜନାଥ ୩ ସେନା ମୁଖ୍ୟଙ୍କ ସହ ବୈଠକ କରିବା ସମୟର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବାବେଳେ ଏହି ଫଟୋ ଅନେକ କଥା କହୁଛି। ପାକିସ୍ତାନର ପ୍ରତ୍ୟାକ୍ରମଣର ଜବାବ ଭାରତ ଠିକ୍ ଢଙ୍ଗରେ ଦେଇଥିବା ଏହି ଫଟୋ ସୂଚାଉଛି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଗତକାଲି ପଶ୍ଚିମ ସୀମାରେ ଲଗାତାର ୨ ଥର ଆକ୍ରମଣ ଉଦ୍ୟମ କରିଥିଲା।