ଦିଲ୍ଲୀ: ଜୁଲାଇ ୩୧: ଜୁଲାଇ ୭ରେ ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟୋ ନରେନ୍ଦ୍ର ମୋଦି ସରକାରରୁ ଇସ୍ତଫା ଦେବା ପରେ ଏବେ ରାଜନୀତିକୁ ଅଲ୍ବିଦା କହିଛନ୍ତି । ଏନେଇ ସେ ଆଜି ନିଜ ଫେସ୍ବୁକ୍ ପୋଷ୍ଟରେ ସୂଚନା ଦେଇଥିଲେ । ସେଥିରେ ସେ ମୈ ଯାଆ ରାହା ହୁଁ..ଅଲ୍ବିଦା ଲେଖିଥିଲେ ।
ପଶ୍ଚିମବଙ୍ଗର ଆସନସୋଲ୍ ଆସନରୁ ସାସଂଦ ଥିବା ବାବୁଲ ସୁପ୍ରିୟୋ ରାଜନୀତିକୁ ଆସିବା ପୂର୍ବରୁ ଜଣେ ପ୍ରସିଦ୍ଧ ଗାୟକ ଥିଲେ । ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସଫଳ ହୋଇପାରିନଥିଲେ । ଏହାର କିଛି ଦିନ ପରେ ସେ କେନ୍ଦ୍ରୀୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେବେଠୁ ଦଳରେ ଏକପ୍ରକାର ଅଶାନ୍ତି ଲାଗି ରହିଥିଲା ।
Comments are closed.