ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ରାଜସ୍ଥାନରେ କଂଗ୍ରେସ ସରକାର ବିରୋଧରେ ବର୍ଷିଛନ୍ତି। କଂଗ୍ରେସ ଦଳ ତୁଷ୍ଠିକରଣ ନୀତି ଦ୍ବାରା ସମାଜ ବିରୋଧୀ ଉପଦ୍ରବ ପାଇଁ ଉତ୍ସାହିତ କରିଛି ଏବଂ ଅପରାଧ ଓ ଦଙ୍ଗା କ୍ଷେତ୍ରରେ ରାଜ୍ୟକୁ ଶୀର୍ଷ ସ୍ଥାନକୁ ନେଇଯାଇଛି। ଭରତପୁରରେ ଏକ ରାଲିରେ ଉଦ୍ବୋଧନ ଦେଇ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଡ଼ା କଟାକ୍ଷ କରିଛନ୍ତି। ମୋଦୀ କହିଛନ୍ତି, ଲୋକମାନେ ‘ଜାଦୁଗର’ ପାଇଁ ଭୋଟ୍ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ଏବଂ କଂଗ୍ରେସ ଦଳ ନିର୍ବାଚନ ପରେ ରାଜ୍ୟରୁ ଉଭାନ ହୋଇଟିବ। ମୋଦୀ କହିଛନ୍ତି, ‘ଡିସେମ୍ବର ୩, କଂଗ୍ରେସ ଛୁ ମନ୍ତର’। ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନରେ ଆସନ୍ତା ନଭେମ୍ବର ୨୫ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ। ମୋଦୀ କହିଛନ୍ତି, ଗୋଟିଏ ପଟେ ଭାରତ ବିଶ୍ବରେ ନେତା ପାଲଟିଛି। ଅନ୍ୟପକ୍ଷେ ରାଜସ୍ଥାନରେ ଗତ ୫ ବର୍ଷ ମଧ୍ୟରେ କ’ଣ ଘଟିଛି ତାହା ଆପଣମାନେ ଜାଣନ୍ତି। କଂଗ୍ରେସ ରାଜସ୍ଥାନକୁ ଦୁର୍ନୀତି , ଦଙ୍ଗା ଏବଂ ଅପରାଧରେ ଏକ ନେତାରେ ପରିଣତ କରିଦେଇଛି।
Comments are closed.