ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜି ରାଜେଶ କୁମାରଙ୍କୁ ବିହାର ପ୍ରଦେଶ କଂଗ୍ରେସ କମିଟିର ନୂ୍ଆ ସଭାପତି ନିଯୁକ୍ତ କରିଛି। ଅଖିଳେଶ ପ୍ରସାଦ ସିଂହଙ୍କ ସ୍ଥାନରେ କଂଗ୍ରେସ ରାଜେଶ କୁମାରଙ୍କୁ ବିହାରରେ ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଦଳିତ ନେତା ଏବଂ କୁଟୁମ୍ବା ବିଧାୟକ ରାଜେଶ କୁମାରଙ୍କର ରାହୁଲ ଗାନ୍ଧୀଙ୍କ ସହ ଘନିଷ୍ଠ ସମ୍ପର୍କ ଅଛି। ଉଲ୍ଲେଖଯୋଗ୍ୟ ଯେ ବିହାର କଂଗ୍ରେସରେ ଅନ୍ତଃକନ୍ଦଳ ଲାଗିଥିବାବେଳେ ଏହି ସମୟରେ ରାଜ୍ୟ କଂଗ୍ରେସକୁ ନୁଆ ମୁଖିଆ ମିଳିଛି। ପୂର୍ବତନ କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ ମଧ୍ୟ ପୁର୍ବରୁ ବିପିସିସି ମୁଖ୍ୟ ପଦ ପାଇଁ ରାଜେଶ କୁମାରଙ୍କ ନାଁ ସୁପାରିସ କରିଥିଲେ। ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ବିହାରରେ ସାଂଗଠନିକ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।