ଭୁବନେଶ୍ୱର: ଜୁନ ୧୫: ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ଭାଇଭଉଣୀ ଏବେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି I ଗତ କଲି ମଧ୍ୟ ୪,୯୬୮ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଂଚିଛନ୍ତି I ଏ ପର୍ଯ୍ୟନ୍ତ ବାହାର ରାଜ୍ୟ ଗୁଡ଼ିକରୁ ରାଜ୍ୟକୁ ୫,୪୩,୯୦୫ ଜଣ ଫେରିଛନ୍ତି I ଓଡିଶା ସରକାର ମଧ୍ୟ ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ ଜୀବନଜୀବିକା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି I ଓଡିଶା ସରକାର ମନରେଗା ଅଧୀନ ରେ ୨୦ କୋଟି କର୍ମ ଦିବସ ସୃଷ୍ଟି ନିମନ୍ତେ ଯୋଜନା କରିଛନ୍ତି I ଏଥିପାଇଁ ରାଜ୍ୟ ସରକାର ୧.୩ ଲକ୍ଷ ପୋଖରୀ ଖନନ ପାଇଁ ଲକ୍ଷ ଧାର୍ଯ୍ୟ କରିଛନ୍ତି I
ରାଜ୍ୟରେ ବ୍ୟାପକ ବନୀକରଣ କରିବା ପାଇଁ ଅଗଷ୍ଟ ମାସ ସୁଦ୍ଧା ୧୫ କୋଟି ଗଛ ଲଗାଇବା ପାଇଁ ଲକ୍ଷ ନିର୍ଦ୍ଧାରଣ କରାଯାଇଛି I ବର୍ତ୍ତମାନ ସୁଦ୍ଧା ୧୨ କୋଟି ବୃକ୍ଷରୋପଣ ହୋଇଥିବାବେଳେ ବନୀକରଣ ଯୋଜନା କୁ ସୁଦୂରପ୍ରସାରି କରିବା ଓ ଜଙ୍ଗଲ ସୁରକ୍ଷା ପାଇଁ ୧ ହଜାର ବନ ସଂରକ୍ଷଣ ସମିତି ଗଠନ କରିବାକୁ ଯୋଜନା ପ୍ରସ୍ତୁତ ହେଇଛି I
Comments are closed.