ଭୁବନେଶ୍ୱର: ଅଗଷ୍ଟ ୨୩ : ଆଜି ରାଜ୍ୟରେ ୬୦,୭୯୧ ଜଣଙ୍କର ସ୍ୱାବ ଟେଷ୍ଟ ମଧ୍ୟରୁ ୭୬୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୧ ଜଣ ୧୮ ବର୍ଷ ବୟସରୁ କମ୍ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୧୮ ଜଣ ରହିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧ ହଜାର ୬୯୮ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧,୦୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୩୦୨ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୯୧୭ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୪୨୬ ଜଣଙ୍କ ମୃତୁ୍ୟ ହେଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୫୨, ବରଗଡ଼ରୁ ୧୮, ଭଦ୍ରକରୁ ୮, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୧୧୭, ଦେଓଗଡ଼ ଓ ଢ଼େଙ୍କାନାଳରୁ ୧୨ ଜଣ ଲେଖାଏଁ , ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୮ , ଯାଜପୁରରୁ ୩୫, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୩ , କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୫, ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୨, ପୁରୀରୁ ୧୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୦, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୦ ଏବଂ ଷ୍ଟେଟ ପୁଲରୁ ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Comments are closed.