ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨,୨୦୪ ସୁସ୍ଥ

ଭୁବନେଶ୍ୱର: ଜୁଲାଇ ୨୭: ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୩୯ ଜଣ ଏବଂ ସ୍ଥାନୀୟ ଅକ୍ରାନ୍ତଙ୍କ ସଂଖ୍ୟା ୬୯୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୭୦ ହଜାର ୮୧୪ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୨୦୪ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଉପରେ ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୪୭ ହଜାର ୩୮୧ ଜଣ ସୁସ୍ଥ ହୋଇସାରିଲେଣି । ଆଜି ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୭୪୬ ରହିଛି ।
ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍‌ ମୃତୁ୍ୟ ସଂଖ୍ୟା ୫ ହଜାର ୬୩୪କୁ ବୃଦ୍ଧି ପାଇଛି ।
ତେବେ ୨୪ ଘଣ୍ଟାରେ ଅନୁଗୁଳରୁ ୪୪, ବାଲେଶ୍ୱରରୁ ୯୩, ବରଗଡ଼ରୁ ୧୧, ଭଦ୍ରକରୁ ୭୬, ବଲାଙ୍ଗିରରୁ ୫, ବୌଦ୍ଧରେ ୨, କଟକରୁ ୧୬୦, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୩୯, ଗଞ୍ଜାମରୁ ୮, ଜଗତସିଂହପୁରୁ ୬୭, ଯାଜପୁରରୁ ୮୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୨୯,ଖୋର୍ଦ୍ଧାରୁ ୫୩୨, କୋରାପୁଟରୁ ୪, ମାଲକାନଗିରିରୁ ୫ , ମୟୁରଭଞ୍ଜରୁ ୫୩, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୦, ପୁରୀରୁ ୯୬, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୪, ସୋନପୁରରୁ ୨୨ ଓ ସୁନ୍ଦରଗଡ଼ରୁ ୨୨ ଏବଂ ଷ୍ଟେଟ୍‌ପୁଲ୍‌ରୁ ୧୧୩ ଜଣ କରୋନାରେ ରୋଗୀ ଚିହ୍ନଟ ହୋଇଛନ୍ତି ।
ରାଜ୍ୟର ଗଜପତି ଜିଲ୍ଲାରେ କାଲି କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିଲାବେଳେ ଗତ ୨୪ ଘଣ୍ଟାରେ ସେଠାରେ ପୁଣି ୨ ଜଣ ସଂକ୍ରମିତ ନୂଆ ଚିହ୍ନଟ ହୋଇଛନ୍ତି ।

Comments are closed.