ଭୁବନେଶ୍ୱର: ଅଗଷ୍ଟ ୪: ୨୪ ଘଣ୍ଟାରେ ରାଜ୍ୟରେ ୬୫,୨୦୯ ସ୍ୱାବ୍ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୧, ୩୧୫ ଜଣ କରୋନାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧,୭୦୨ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୭୬୨ ଜଣ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୫୫୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୮୨ ହଜାର ୧୮୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ରାଜ୍ୟରେ ମୋଟ୍ ୯ଲକ୍ଷ ୬୨ ହଜାର ୦୮୮ ଜଣ ସୁସ୍ଥ ହୋଇସାରିଲେଣି ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୬ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏମାନଙ୍କ ସହ ରାଜ୍ୟରେ ମୋଟ ୬ ହଜାର ୧୬୮ ଜଣ ରୋଗୀଙ୍କର ମୃତୁ୍ୟ ହୋଇଛି । ରାଜ୍ୟରେ ସକ୍ରିୟ କେସ୍ ୧୩ ହଜାର ୮୭୨ ରହିଛି । ଝାରସୁଗୁଡ଼ା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ।
ଖୋର୍ଦ୍ଧାରେ ସର୍ବାଧିକ ୪୧୩ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଦ୍ୱିତୀୟ ଧାଡ଼ିରେ କଟକରୁ ୧୯୮ ଜଣ ରୋଗୀ ରହିଛିନ୍ତି ।
ରାଜ୍ୟରେ ୨୪ ଘଣ୍ଟାରେ ଅନୁଗୁଳରୁ ୫୨, ବାଲେଶ୍ୱରରୁ ୪୩, ବରଗଡ଼ରୁ ୨, ଭଦ୍ରକରୁ ୪୯, ବଲାଙ୍ଗିରରୁ ଓ ବୌଦ୍ଧରୁ ୪ ଲେଖାଏଁ, ଦେଓଗଡ଼ରୁ ୭, ଢ଼େଙ୍କାନାଳରୁ ୧୮, ଗଜପତିରୁ ୫, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫୩, ଯାଜପୁରରୁ ୮୯, କଳାହାଣ୍ଡିର ଓ କନ୍ଧମାଳରୁ ୪ ଲେଖାଏଁ, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୩, କୋରାପୁଟରୁ ୬, ମାଲକାନଗିରିରୁ ୫ , ମୟୁରଭଞ୍ଜରୁ ୬୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୬, ପୁରୀରୁ ୬୭, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୨୩, ସୋନପୁରରୁ ୮ ଓ ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲରୁ ୮୪ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Comments are closed.