ରାଜ୍ୟସଭାରୁ ନିଲମ୍ବିତ ହେଲେ ସାଂସଦ ଡ. ଶାନ୍ତନୁ ସେନ୍‌

ଦିଲ୍ଲୀ: ଜୁଲାଇ ୨୩: ଗତକାଲି ଭଳିି ଆଜି ମଧ୍ୟ ସଂସଦର ମୌସୁମୀ ଅଧିବେଶନରେ ବିଶୃଙ୍ଖଳା ଦେଖାଯାଇଛି । ଏଣୁ ସଭାପତି ଏମ୍‌ ଭେଙ୍କୟା ନାଇଡ଼ୁ ରାଜ୍ୟସଭାକୁ ମଧ୍ୟାହ୍ନ ୧୨.୩୦ ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଏହାସହ ସେ ତୃଣମୂଳ କଂଗ୍ରେସ ନେତା ସାଂସଦ ଡ. ଶାନ୍ତନୁ ସେନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରିଛନ୍ତି । ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ । ସାଂସଦୀୟ ବ୍ୟାପାର ମନ୍ତ୍ରୀ ଭି.ମୂରଲିଧରନ୍‌ ଶାନ୍ତନୁଙ୍କ ବିରୋଧରେ ନିଲମ୍ବନପ୍ରସ୍ତାବ ଆଣିଥିଲେ ।
ସୂଚନାଥାଉକି, ଗତକାଲି ଗୃହରେ ବାରମ୍ବାର ବିରୋଧୀ ଦଳ ହୋହାଲ୍ଲା କରିବାରୁ ଗୃହକୁ ସ୍ଥଗିତ ରଖାଯାଇଥିଲା । ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଠିଆ ହୋଇ ପେଗାସସ୍‌ ସ୍ପାଇେୱର୍‌ ବିଷୟରେ ପଢ଼ୁଥିବା ସମୟରେ ସାଂସଦ ଶାନ୍ତନୁ ତାଙ୍କ ହାତରୁ କାଗଜ ଛଡ଼ାଇ ଆଣି ଚିରି ପକାଇଥିଲେ । ଏହାପରେ ଚିରା ଟୁକୁରା କାଗଜକୁ ସେ ସଂସଦର ଉପସଭାପତିଙ୍କ ଆଡ଼କୁ ନିକ୍ଷେପ କରିଥିଲେ । ଏହି ଘଟଣାକୁ ନେଇ ବିଜେପି ସାଂସଦମାନେ ନିଜ ସ୍ଥାନରୁ ଉଠି ହୋ ହଲ୍ଲା କରିଥିଲେ । ଫଳରେ ସଭାପତି ବାଧ୍ୟ ହୋଇ ଗତକାଲି ଗୃହକୁ ସ୍ଥଗିତ ରଖିଥିଲେ ।

Comments are closed.