ରାଜ୍ୟସଭାରେ ଓ୍ଵକଫ୍ ବିଲ୍ ଗୃହୀତ ସରକାରଙ୍କ ସପକ୍ଷରେ ୧୨୫, ବିରୋଧରେ ୯୨ ଭୋଟ୍ ଦେଶ- ବିଦେଶ By Samaya Live On Apr 4, 2025 0 Share ନୂଆଦିଲ୍ଲୀ: ଏନ୍ଡିଏ ସରକାରଙ୍କ ବିବାଦୀୟ ୱକଫ୍ ସଂଶୋଧନ ବିଲ୍-୨୦୨୫ (ଉମ୍ମିଦ) ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ ଏବଂ ବିଲ୍ ଉପରେ ୧୨ ଘଣ୍ଟାରୁ ଅଧିକ ସମୟ ଆଲୋଚନା ପରେ ରାତି ୧ଟା ୧୫ରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବାଚନିକ ଭୋଟ୍ରେ ବିଲ୍ ରାଜ୍ୟରେ ଗୃହୀତ ହୋଇଥିବା ବେଳେ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା। ଗତକାଲି ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ୱକଫ (ସଂଶୋଧନ) ବିଲ୍ ପାରିତ ହେବା ସରକାରଙ୍କ ପାଇଁ ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହୋଇଛି। ଗତକାଲି ଲୋକସଭାରେ ବିଲ୍ ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ ଭୋଟ୍ ପଡ଼ିଥିଲା। ଓ୍ଵକଫ୍ ସମ୍ପତ୍ତି ପରିଚାଳନାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଥିଲା, ଯାହା ଶାସକ ଏନ୍ଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ପାର୍ଥକ୍ୟ ସୃଷ୍ଟି କରିଛି। ଆଜି ରାଜ୍ୟସଭାରେ ବିଲ୍କୁ ନେଇ ବିତର୍କ ଓ ମତଦାନ ଉପରେ ସମସ୍ତଙ୍କ ନଜର ରହିଥିଲା। ରାଜ୍ୟସଭାରେ ଏନ୍ଡିଏ ଓ ଇଣ୍ଡି ମେଣ୍ଟର ବର୍ତ୍ତମାନର ସ୍ଥିତି ଅନୁଯାୟୀ ବିଲ୍ ସପକ୍ଷରେ ୧୨୫ ସାଂସଦ ରହିଥିବା ବେଳେ ବିଲ୍ ବିରୋଧରେ ୯୫ ସାଂସଦ ରହିଥିଲେ। 0 Share