ରାଜ୍ୟ ଅର୍ଥବ୍ୟବସ୍ଥା ମଦ ଉପରେ ନିର୍ଭରଶୀଳ କି? କାହିଁକି ଲକ ଡାଉନରେ ଖୋଲିଲା ମଦ ଦୋକାନ

ସମୟ ଲାଇଭ,3/5: ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଅନେକ ରାଜ୍ୟରେ ମଦ ଦୋକାନ ଗୁଡିକୁ ଖୋଲିଦିଆଯାଇଛି | ତେବେ  ଏନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି | ରାଜ୍ୟର ଅର୍ଥ ବ୍ୟବସ୍ଥା କଣ ମଦ ବ୍ୟବସାୟ ଉପରେ ନିର୍ଭର କରୁଛି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି | ଇଣ୍ଡଷ୍ଟ୍ରିରେ ଅନେକ ଦିନ ପୂର୍ବରୁ ମଦ ଦୋକାନ ଖୋଲିବା ପାଇଁ ଦାବି ହେଉଥିବାବେଳେ ଅନେକ ରାଜ୍ୟ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରଖିଆସୁଥିଲେ |

ସେହିପରି ଅନେକ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ମଧ୍ୟରେ ହିଁ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି କରିସାରିଛନ୍ତି | ସେହିପରି ଅନେକ ରାଜ୍ୟ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରଖିଆସୁଥିଲେ | ତେଣୁ ତୃତୀୟ ପର୍ଯ୍ୟାୟରେ ମଦ ବ୍ୟବସାୟକୁ ଅନୁମତି ମିଳିବ ବୋଲି ଏହି ରାଜ୍ୟ ପୂର୍ବରୁ ଅବଗତ ଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଊଛି |

ବାସ୍ତବରେ ରାଜ୍ୟଗୁଡିକର ରାଜସ୍ବ ଆଦାୟର ମୁଖ୍ୟ ସ୍ରୋତଗୁଡିକ ହେଲା ରାଜ୍ୟ ଜିଏସଟି, ଭୂରାଜସ୍ବ, ପେଟ୍ରୋଲ-ଡିଜେଲ ଉପରେ ଲାଗୁଥିବା କର, ଯାନବାହାନ ଉପରେ ଲାଗୁଥିବା ବିଭିନ୍ନ କର,

ମଦ ଉପରେ ଲାଗୁଥିବା ଅବକାରୀ ଶୁଳ୍କର ରାଜ୍ୟ ରାଜସ୍ବ ଆୟରେ ଏକ ବଡ଼ ଯୋଗଦାନ ରହିଛି | ମଦ ଓ ପେଟ୍ରୋଲ ଡିଜେଲ ରୁ ରାଜ୍ୟକୁ ସର୍ବାଧିକ ରାଜସ୍ବ ମିଳିଥାଏ | ତେବେ ଲକ ଡାଉନ ଜାରି ରହିବା ଫଳରେ ଉଭୟେ ମଦ ଓ ପେଟ୍ରୋଲ-ଡିଜେଲ ଠପ ହୋଇପଡ଼ିଥିଲା | ଫଳରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ଶକ୍ତ ଝଟକା ଲାଗିଛି |

ଅଧିକାଂଶ ରାଜ୍ୟରେ ମୋଟ ରାଜସ୍ବ 15 ରୁ 30 ପ୍ରତିଶତ ରାଜସ୍ବ କେବଳ ମଦ ବ୍ୟବସାୟରୁ ଆସିଥାଏ | ଗତ ଆର୍ଥିକ ରେ ସବୁ ରାଜ୍ୟ ମୋଟ 2.5 ଲକ୍ଷ କୋଟି ରାଜସ୍ବ ମଦ ବ୍ୟବସାୟରୁ ଆୟ କରିଥିବା ସୂଚନା ମିଳିଛି |

Comments are closed.