ଭୁବନେଶ୍ୱର (ସବୁ୍ୟ): ଜୁନ ୨୨:ରାତି ପାହିଲେ ଘୋଷଯାତ୍ରା । ଏଥିପାଇଁ ସମଗ୍ର ପୁରୀ ଜିଲ୍ଲାକୁ ସଟ୍ଡାଉନ ଘୋଷଣା କରାଯାଇଛି । ସୋମବାର ରାତି ୯ଟାରୁ ଏହି ନିୟମ ଲାଗୁ ହୋଇ ବୁଧବାର ଅର୍ଥାତ ୨୪ ତାରିଖ ଅପରାହ୍ନ ୨ଟା ଯାଏଁ ବଳବତର ରହିବ ଏହି କଟକଣା । ରଥଯାତ୍ରା କିଭଳି ଶୃଙ୍ଖଳାର ସହ ସଂପନ୍ନ ହେବ ସେଥିପାଇଁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ଡିଜିପି ଅଭୟ ତୁରନ୍ତ ପୁରୀରେ ପହଞ୍ଚିଛନ୍ତି ।
କରୋନା କଟକଣା ଭିତରେ ଆଜି ସୁପ୍ରିମକୋର୍ଟ ବଡଦାଣ୍ଡରେ ରଥ ଗଡିବା ନେଇ ଅନୁମତି ଦେବା ପରେ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଘମାଘୋଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେମିତି କରୋନା ନିୟମ ଅନୁପାଳନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସାମାଜିକ ଦୂରତା ସହ ସମସ୍ତ ନୀତିକାନ୍ତି କରିବାକୁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ସକାଳ ୭ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇ ପୂର୍ବାହ@ ୧୦ଟାରେ ଶ୍ରୀଜିଉଙ୍କ ପହଣ୍ଡି ଶେଷ ହେବ । ମଧ୍ୟାହ୍ନ ୧୨ଟାରୁ ରଥ ଟଣା ହେବ । ସେହିପରି ଦିନ ୧୧ଟା ୩୦ରୁ ୧୨ଟା ୧୫ ମଧ୍ୟରେ ଛେରା ପହଁରା ଅନୁଷ୍ଠିତ ହେବ । ୧୧ଟା ୪୫ରୁ ୧୨ଟା ୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବ । ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।
Comments are closed.