ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ

ଭୁବନେଶ୍ୱର : ଜୁନ ୩୦:ରାତି ପାହିଲେ ବାହୁଡା । ରଥଯାତ୍ରାର ବିବରଣୀ ସିଧାପ୍ରସାରଣ ପରେ ଏବେ ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେର ମଧ୍ୟ ସିଧାପ୍ରସାରଣ ହେବ । ସବୁ ଚ୍ୟାନେଲ କୁ ମାଗଣାରେ ଫିଡ଼ ଯୋଗାଇ ଦିଆଯିବ । ଏଥିପାଇଁ ୧୨ ଟି ଏଚ ଡି କ୍ୟାମେରା ଓ ୨ଟି ଜିମି ଲାଗିଛି । ଡ୍ରୋନ ମଧ୍ୟ ବ୍ୟବହାର ହୋଇଛି । ବାହୁଡ଼ା ଓ ସୁନାବେଶର ଲାଇଭ ଏନ ଆଇ ସି ମାଧ୍ୟମରେ ହେବ । ବହୁଡାଯାତ୍ରାଠୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଲାଇଭ ଡ଼ିଡି ଓଡ଼ିଆର ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେବ । କରନା ଭୟ ସତେ୍ୱ ମଧ୍ୟ ଦୂରଦର୍ଶନ କର୍ମଚାରୀ ମାନେ ଯୁଧ୍ୟକାଳୀନ ଭିତ୍ତି ରେ କାମ କରିଛନ୍ତି ବୋଲି ଦୂରଦର୍ଶନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବୁଧବାର ବାହୁଡା କାର୍ଯ୍ୟକ୍ରମ ସକାଳ ସାଢେ ୭ ଟା ରୁ ପ୍ରସାରଣ ଆରମ୍ଭ ହେବ । ସୁନାବେଶ ଗୁରୁବାର ଅପରାହ୍ନ ସାଢେ ୩ ଟା ରୁ ଓ ଅଧର ପଣା ଶୁକ୍ରବାର ଅପରାହ୍ନ ସାଢେ ୪ ଟା ଓ ନିଳାଦ୍ରୀବିଜେ ଶନିବାର ସାଢେ ତିନିଟାରୁ ସିଧାପ୍ରସାରଣ ହେବ ବୋଲି ଦୂରଦର୍ଶନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.