ଭୁବନେଶ୍ୱର : ଜୁଲାଇ ୦୧:ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛ । ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ପରେ ଜନ୍ମବେଦୀରୁ ବାହୁଡିଛନ୍ତି । ବୁଧବାର ଅପରାହ୍ନ ୪ଟା ୩୫ ସୁଦ୍ଧା ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି ।
ବାହୁଡ଼ା ଯାତ୍ରା ଅବସରରେ ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥକୁ ପୂର୍ବାହ୍ନ ୧୧ଟା ୨୫ରେ ଟଣା ଯାଇଥିଲା । ଦର୍ପଦଳନ ଗଡ଼ିବା ପରେ ଅପରାହ୍ନ ୧ଟା ୨୧ରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା I ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ଫେରିଆସିଛନ୍ତି । ସିଂହଦ୍ୱାରରେ ର୍ନିଦ୍ଧାରିତ ସମୟରେ ପହଂଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା ।
କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ ହେବ । ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେଛ ଶ୍ରୀଜିଉମାନଙ୍କର ବହୁ ପ୍ରତୀକ୍ଷିତ ରଥ ଉପରେ ସୁନାବେଶ ଅପରାହ@ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଜାରି ରହିବ । ଶୁକ୍ରବାର ଅଧରପଣା ନୀତି ସଂପନ୍ନ ହେବ ୪ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ରନିବେଦୀକୁ ବିଜେ କରିବେ ।
Comments are closed.