ବାଲିଆ (ଉତ୍ତର ପ୍ରଦେଶ): ଜୁଲାଇ ୩୦:ବୁଧବାର ଦିନ ଅମ୍ବାଲାର IAF ଏୟାରବେସରେ ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ଅବତରଣ କରିବା କ୍ଷଣି ବାଲିଆ ଜିଲ୍ଲାର ବାନସଡିହ ର ବକୱା ଗ୍ରାମ ଉତ୍ସବ ମୁଖର ହେଇପଡିଥିଲା , ଯେହେତୁ ଏହି ଗାଁର ପୁଅ ୱିଙ୍ଗ୍ କମାଣ୍ଡର ମନୀଷ ସିଂ ଫ୍ରାନ୍ସରୁ ଆସିଥିବା ଗୋଟିଏ ବିମାନ ର ପାଇଲଟ ଥିଲେ I
ମନୀଷଙ୍କ ପିତା ମଦନ ସିଂ ଜଣେ ଅବସରପ୍ରାପ୍ତ ସୈନିକ । ସେ କହିଛନ୍ତି, “ମୁଁ ପୁରା ଗାଁରେ ମିଠା ବାଣ୍ଟିଛି, କାରଣ ରାଫେଲ ଭାରତକୁ ଆସିବା ଦ୍ୱାରା ଯେଉଁ ଇତିହାସ ରଚିତ ହେଇଛି, ତାର ଗୋଟିଏ ଅଂଶ ହେଉଛି ମୋ ପୁଅ I ଲୋକମାନେ ଏହି ଉତ୍ସବ ପାଳନ କରିବା ପାଇଁ ଗାଁ ରେ ବାଣ ଫୁଟାଇବା ସହ ଦୀପ ମଧ୍ୟ ଜାଳିଛନ୍ତି I ‘
ତାଙ୍କ ପତ୍ନୀ ଉର୍ମିଲା ସିଂ କହିଛନ୍ତି ଯେ ତାଙ୍କ ପୁଅ ଦେଶକୁ ଶକ୍ତିଶାଳୀ କରିବା ପାଇଁ କିଛି କରିଥିବାରୁ ସେ ବହୁତ ଖୁସି। ସେ କହିଛନ୍ତି, “ଗତ ତିନି ଦିନରୁ ଆମେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲୁ ଏବଂ ମିଡିଆ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତ୍ୟେକ ପଦକ୍ଷେପ ଅନୁସରଣ କରୁଥିଲୁ। ସମଗ୍ର ଦେଶ ଉତ୍ସବ ପାଳନ କରୁଛନ୍ତି ଏବଂ ଆମେ ମଧ୍ୟ ସେହିପରି କରୁଛୁ।”
ପରିବାର କହିଛି ଯେ ଫ୍ରାନ୍ସରୁ ବିମାନ ଉଡ଼ାଣର କିଛି ମିନିଟ ପୂର୍ବରୁ ସେମାନେ ମନୀଷଙ୍କ ସହ କଥା ହୋଇଥିଲେ।
ମନୀଷଙ୍କ ଭଉଣୀ ଅଞ୍ଜଳି କହିଛନ୍ତି ଯେ ତାଙ୍କ ଭାଇ ରାଫାଲ ଆଣି ତାଙ୍କୁ ରକ୍ଷା ବନ୍ଧନ ର ଉପହାର ଦେଇସାରିଛନ୍ତି।
ଗାଁ ମୁଖ୍ୟ ଅରୁଣ ସିଂ କହିଛନ୍ତି ଯେ ଫୁଲ, ମିଠା ଏବଂ ବାଣ ସହିତ ଏହି ଉତ୍ସବ ପାଳନ କରିବାକୁ ଶହ ଶହ ଲୋକ ମନୀଷଙ୍କ ଘରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ମନୀଷ ବର୍ତ୍ତମାନ ଯୁବକମାନଙ୍କ ପାଇଁ ଏକ ଉଦାହରଣ I
ପରିବାର ସଦସ୍ୟ କହିଛନ୍ତି ଯେ ମନୀଷ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଗାଁରେ ଶିକ୍ଷା ଲାଭ କରିଥିଲେ ଏବଂ ପରେ କର୍ଣ୍ଣଲର ସୈନିକ ସ୍କୁଲ ରେ ପାଠ ପଢିଥିଲେ, ଯେଉଁଠାରେ ତାଙ୍କ ବାପା ଚାକିରୀ କରୁଥିଲେ । ମନୀଷ 2002 ରେ ବାୟୁସେନାରେ ଯୋଗ ଦେଇଥିଲେ ଏବଂ 2017-18 ତାଙ୍କୁ ରେ ଗୋରଖପୁରରେ ପୋଷ୍ଟିଙ୍ଗ କରାଯାଇଥିଲା I
ଗାଁ ମୁଖିଆ କହିଛନ୍ତି ଯେ, ସେତେବେଳେ ସେ ଗାଁକୁ ଆସି ସମସ୍ତଙ୍କୁ ଭେଟିଥିଲେ।
ମନୀଷଙ୍କର ଦୁଇ ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି।
Comments are closed.