ଅଯୋଧ୍ୟା : ଅଗଷ୍ଟ ୪: ରାମ ମନ୍ଦିର ନିର୍ମାଣ ପାଇଁ ‘ଭୁମି ପୂଜନ’ର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ସକାଳେ ଅଯୋଧ୍ୟାରେ ପୂଜା ପାଠ ଚାଲିଛି I ଆଜି ବାରାଣାସୀ ଏବଂ ଅଯୋଧ୍ୟାରୁ ଆସିଥିବା ୧୧ ଜଣ ପୁରୋହିତ ଙ୍କ ନେତୃତ୍ୱରେ ‘ରାମକଥା’ ଓ ‘ରାମ ଧୁନ’ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି I ଏହି ପୂଜାପାଠ ରାମ ଜନ୍ମଭୂମି ମନ୍ଦିର ପରିସର ମଧ୍ୟରେ ପ୍ରାୟ ୬ ଘଣ୍ଟା ରୁ ୭ ଘଣ୍ଟା ଧରି ହେବ I
ଭଗବାନ ହନୁମାନଙ୍କ ପତାକା ର ଏକ ବିଶେଷ ପୂଜା ମଧ୍ୟ ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି।
ସମଗ୍ର ରାମ ଜନ୍ମଭୂମି ଅଞ୍ଚଳକୁ ହଳଦିଆ ରଙ୍ଗର ଗେଣ୍ଡୁଫୁଲ ରେ ସଜାଯାଇଛି |
ହଳଦିଆ ଏକ ଶୁଭ ରଙ୍ଗ। ହିନ୍ଦୁ ପରମ୍ପରାରେ ହଳଦିଆ ସବୁ ସମାରୋହରେ ବ୍ୟବହୃତ ହୁଏ। ଏହା ଶୁଦ୍ଧତା ଏବଂ ଆଲୋକର ପ୍ରତୀକ ଅଟେ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ଭାବରେ ନିଯୁକ୍ତ ମହନ୍ତ କମଲ ନୟନ ଦାସ କହିଛନ୍ତି।
ସେ କହିଛନ୍ତି ଯେ ବିଭିନ୍ନ ମନ୍ଦିରରେ ଆୟୋଜିତ ହେଉଥିବା ବିଭିନ୍ନ ରୀତିନୀତି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହେବାକୁଥିବା ‘ଭୁମି ପୂଜନ’ରେ ଶେଷ ହେବ।
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆରଏସଏସ ମୁଖ୍ୟ ମୋହନ ଭଗବତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଜଣାପଡିଛି। ମୋହନ ଭଗବତ ପ୍ରଧାନ ମନ୍ତ୍ରୀଙ୍କ ସହ ମଂଚ ରେ ବସିବେ I
ମଂଚ ରେ ବସିବାକୁ ଥିବା ଅନ୍ୟ ଅତିଥି ମାନେ ହେଲେ ଉତ୍ତର ପ୍ରଦେଶ ର ରାଜ୍ୟପାଳ ଆନନ୍ଦିବେନ ପଟେଲ, ଯୋଗୀ ଆଦିତ୍ୟନାଥ ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ଚେୟାରମ୍ୟାନ୍ ମହନ୍ତ ନୃତ୍ୟ ଗୋପାଳ ଦାସ। (IANS)
Comments are closed.