ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାକ୍ଷାତକାରରେ ପୂର୍ବତନ କଂଗ୍ରେସ ସଭାପତି ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ତାଙ୍କୁ ‘ନମୁନା’ବୋଲି କହିଛନ୍ତି। ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ସମାଲୋଚନା କରିବା ସହ ଏହାକୁ ‘ଭାରତ ତୋଡ଼ୋ’ ଅଭିଯାନ ବୋଲି ଆଖ୍ୟା ଦେବା ସହ ଏହି କଂଗ୍ରେସ ନେତା ଭାରତର ସ୍ୱାର୍ଥ ବିରୁଦ୍ଧରେ କାମ କରୁଥିବା ଯୋଗୀ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ଯେଭଳି ଆଚରଣ ଦେଖାଉଛନ୍ତି ଏବଂ ଯେଭଳି କାର୍ଯ୍ୟ କରୁଛନ୍ତି ତାହା ତାଙ୍କୁ ଏକ ନମୁନାରେ ପରିଣତ କରିଛି ଏବଂ ଏଭଳି ନମୁନା ମଧ୍ୟ ଦେଶରେ ରହିବା ଦରକାର ବୋଲି ଯୋଗୀ କହିଛନ୍ତି। ଭାରତୀୟ ରାଜନୀତିରେ ରାହୁଲଙ୍କ ଭଳି କିଛି ମଡେଲ ରହିବା ଦରକାର ଏବଂ ଏହା ବିଜେପି ପାଇଁ ଏକ ନିର୍ଦ୍ଦିଷ୍ଟ ମାର୍ଗ ସୃଷ୍ଟି କରୁଛି ବୋଲି ଯୋଗୀ କହିଛନ୍ତି।