ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ:ଅଗଷ୍ଟ ୧୨: କରୋନାର ମୁକାବିଲା ପାଇଁ ରୁଷ ବାହାର କରିଥିବା ଟୀକା ନେଇ ଖବର ପ୍ରକାଶିତ ହେବାପରେ ସାରା ବିଶ୍ୱରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ଉପରେ ପ୍ରଶ୍ନ ଉଠାଇଛି । ଟୀକାର କାର୍ଯ୍ୟକାରିତା ବା ସଫଳତା ନେଇ ପ୍ରମାଣ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଜୀବାଣୁ ଟିକା ତିଆରି କରିବା ନେଇ ରୁଷ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଥିବା ନେଇ ନିଜେ ନିଜକୁ ଘୋଷଣା କରିଦେଇଛି । ଏଥି ସହିତ ରୁଷ ର ଦାବି ଉପରେ ଆମେରିକା ସମେତ ବିଶ୍ୱର ଅନେକ ଦେଶ ସନ୍ଦେହ କରିବା ଆରମ୍ଭ କଲେଣି । ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପରାମର୍ଶଦାତା ଆନ୍ଥୋନୀ ଫାଉଚି କହିଛନ୍ତି ଯେ ଏହି ଟିକା କରୋନା ଜୀବାଣୁ ଉପରେ କାମ କରିନପାରେ ।
ଅନେକ ଦେଶ ବର୍ତ୍ତମାନ ରୁଷ ର ଟିକା ଉପରେ ସନ୍ଦେହ କରୁଛନ୍ତି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରୁଷ ରୁ ଏହି ଟିକା ବିଷୟରେ ଅନେକ ତଥ୍ୟ ଖୋଜିଛି । ଟୀକା ସମ୍ବନ୍ଧୀୟ ସମସ୍ତ ଗବେଷଣାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ବିଶ୍ୱ ସ୍ୱ୍ୱାସ୍ଥ୍ୟ ସଙ୍ଗଠନ ରୁଷ ସରକାରଙ୍କୁ ଆହ୍ୱାନ କରିଛନ୍ତି । ଟିକା ପଞ୍ଜୀକରଣ କରିବା ପୂର୍ବରୁ WHO ପକ୍ଷରୁ ରୁଷକୁ ଏହାର କ୍ଲିନିକାଲ୍‌ ପରୀକ୍ଷା ଶେଷ କରିବାକୁ କୁହାଯାଇଛି ।

Comments are closed.