ରୁଷ୍‌ ସହ ଯୁଦ୍ଧ ଶେଷ ହେବା ନେଇ ରିୟାଦ‌ରେ ୟୁ‌କ୍ରେନ-ଆମେରିକା କଥାବାର୍ତ୍ତା

0

ନୂ୍ଆଦିଲ୍ଲୀ: ରୁଷ୍‌ ସହ ଯୁଦ୍ଧ ଶେଷ କରିବାପାଇଁ ବାଟ ବାହାର କରିବାକୁ ୟୁ‌କ୍ରେନ ଓ ଆମେରିକାର ଅଧିକାରୀମାନେ ମଙ୍ଗଳବାର ସାଉଦି ଆରବର ଜେଦ୍ଦାରେ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଗତ ମାସରେ ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହେବା ପରେ ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା। ଆମେରିକା ବିଦେଶ ସଚିବ ମାର୍କୋ‌ ରୁବିଓ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ମାଇକ ୱାଲ୍‌ଜ ଏହି କଥାବାର୍ତ୍ତାରେ ପ୍ରତିନିଧିତ୍ବ କରୁଛନ୍ତି। ଜେଲେନସ୍କିଙ୍କ ଶୀର୍ଷ ସହଯୋଗୀ ଆଣ୍ଡ୍ରି ୟେରମାର୍କ ୟୁକ୍ରେନ୍‌ର ‌ନେତୃତ୍ବ ନେଉଛନ୍ତି। ସୋମବାର ସାଉଦି ଆରବରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ଭେଟିଥିବା ଜେଲେନସ୍କି ଏହି କଥାବର୍ତ୍ତାରେ ସାମିଲ ହୋଇନାହାନ୍ତି। ତେବେ ରିୟାଦରେ ଫଳପ୍ରଦ କଥାବାର୍ତ୍ତା ହେବ ବୋଲି ଜେଲେନସ୍କି ଆଶାବ୍ୟକ୍ତ କରିଛନ୍ତି। ଏହି କଥାବାର୍ତ୍ତା ମଧ୍ୟ ୟୁକ୍ରେନ-ଆମେରିକା ସମ୍ପର୍କରେ ଉନ୍ନତି ଆଣିବ ବୋଲି ସେ ଆଶା ରଖିଛନ୍ତି।

Leave A Reply

Your email address will not be published.