Edited by Papu Mohanty
ଭୁବନେଶ୍ୱର(ସବୁ୍ୟ): 08/05: ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୫୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।
ଶକ୍ରବାର ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଆଜି ସକାଳେ ଗଞ୍ଜାମରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ୧୯ ଆକ୍ରାନ୍ତ ସୁରତରୁ ଫେରିଥିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଥିବାବେଳେ ସନ୍ଧ୍ୟାରେ ଚିହ୍ନଟ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ । ଅନ୍ୟପକ୍ଷରେ ଶୁକ୍ରବାର ବି କେନ୍ଦ୍ରାପଡ଼ାରୁ ୫ ଜଣ, ଭଦ୍ରକରୁ ୩ ଜଣ ଓ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ଛୁଇଁଛି । ସମସ୍ତ ଆକ୍ରାନ୍ତ କ ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ତେବେ ଗତ ଦୁଇଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ପରେ ରାଜ୍ୟ ସରକାର ସର୍ବୋପରି ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଅପରପକ୍ଷରେ ପରିସ୍ଥିତିର ଗମ୍ଭିରତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରୀ କରାଯାଇଛି । କେନ୍ଦ୍ର ଗୁଡ଼ିକରେ ଶୃଙ୍ଖଳା ବଜାଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ଦିଆଯାଇଥିବା ଜଣାପଡିଛି । ସଂପ୍ରତି ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨୮୦୦ ସଙ୍ଗରୋଧ କେନ୍ଦ୍ର କରାଯାଇଥିଲାବେଳେ ଅଦ୍ୟାବଧି ୩୮୦ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏଥିରେ ୩୫ହଜାର ଅନ୍ତେବାସୀ ରହୁଛନ୍ତି ।
Comments are closed.