ଲକ୍ଷଣ ପୂର୍ବରୁ ଜାଣିହେବ ରୋଗ

0

ନିକଟରେ ବୈଜ୍ଞାନିକମାନେ ବାହାର କରିଛନ୍ତି ବିଶ୍ୱର ପ୍ରଥମ ବ୍ରେନ୍‌ ସ୍କାନିଂ ଟେକନିକ ଯାହା ଆଲଜାଇମର ରୋଗର ଲକ୍ଷଣ ଦେଖାଯିବା ପୂର୍ବରୁ ହିଁ ଏହାକୁ ଚିହ୍ନଟ କରିପାରିବ । ବୈଜ୍ଞାନିକମାନେ ଏହି ଟେକ୍‌ନିକ୍‌କୁ କର୍ଟିକାଲ୍‌ ଡିଜାରେ ମେଜରମେଣ୍ଟର ବା ସିଡିଏମ୍‌ର ନାଁ ଦେଇଛନ୍ତି । ଏହା ଏମ୍‌ଆର୍‌ଇ ସ୍କାନ୍‌କୁ ସମୀକ୍ଷା କରି ରିପୋର୍ଟ ଦେଇଥାଏ । ବର୍ତ୍ତମାନର ପ୍ରକ୍ରିୟାରେ ରୋଗର ଲକ୍ଷଣ ଦେଖାଯିବା ପରେ ଏସମ୍ପର୍କରେ ଜଣା ପଡୁଛି ହେଲେ ନୂତନ ଟେକ୍‌ନିକ୍‌କୁ ବ୍ୟବହାର କରି ଲକ୍ଷଣ ପୂର୍ବରୁ ରୋଗ ସମ୍ପର୍କରେ ଜଣା ପଡିପାରିବ । ଏହି ନୂଆ ଟେକ୍‌ନିକ୍‌ ବିଶେଷ ଭାବେ ମସ୍ତିଷ୍କକୁ ମସୀକ୍ଷା କରିବାପରେ ରୋଗ ସମ୍ପର୍କରେ ସୂଚନା ଦେଇଥାଏ । ସମ୍ପୂର୍ଣ୍ଣ ସମୀକ୍ଷା ପରେ ଏହି ଟେକନିକ୍‌ ଫଟୋ ଓ ନୁ୍ୟମେରିକାଲ ଭ୍ୟାଲୁଦ୍ୱାରା ନିଜର ଆଉଟପୁଟ ପ୍ରଦାନ କରିଥାଏ ।

Leave A Reply

Your email address will not be published.