ଶିବସେନା କର୍ମଚ‌ାରୀଙ୍କ ପାଇଁ କୁନାଲ କାମ୍‌ରାଙ୍କ ନୂ୍ଆ ଭିଡିଓ

0

ମୁମ୍ବାଇ:  ହାସ୍ୟ କଳାକାର କୁନାଲ କାମ୍‌ରା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କଟାକ୍ଷ କରି ଯେଉଁ ଭିଡିଓ ପୋଷ୍ଟ୍‌ କରିଥିଲେ ତାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। କାମ୍‌ରା ଦିଲ୍‌ ତୋ ପାଗଲ୍‌ ‌ହେ ଗୀତକୁ ଆଧାର କରି ସିନ୍ଦେଙ୍କୁ ଗଦ୍ଦର ବୋଲି କହିଥିଲେ। ତେବେ ତାଙ୍କ ଟିପ୍ପଣୀକୁ ବିରୋଧ କରି ଶିବସେନା କର୍ମୀମାନେ ମୁମ୍ବାଇର ‘ଦ ହେବିଟେଟ୍ କମେଡି କ୍ଲବ୍’ରେ ଭଙ୍ଗାରୁଜା କରିଥିଲେ। ଆଜି ପୁଣି କାମ୍‌ରା  ଶିବସେନା କର୍ମୀଙ୍କୁ କଡ଼ା ସମାଲୋଚନା କରିବା ପାଇଁ   ଏକ ନୂଆ ଭିଡିଓ ସେୟାର କରିଛନ୍ତି। ୨୦୨୨ରେ ବାଲ ଠାକରେଙ୍କ ଦ୍ୱାରା ଗଠିତ ଦଳର ବିଭାଜନକୁ ନେଇ କୁନାଲ କାମରା ଏକନାଥ ଶିଦନେଙ୍କୁ ‘ଦେଶଦ୍ରୋହୀ’ ସମାଲୋଚନା କରିଥିଲେ ଏବଂ ମହାରାଷ୍ଟ୍ର ସରକାରଙ୍କ ସଦସ୍ୟଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ନୂଆ ଭିଡିଓରେ କୁନାଲ କାମରା ‘ହମ୍ ହୋଙ୍ଗେ କାମୟାବ’ ଗୀତର ସଂଶୋଧିତ ସଂସ୍କରଣ ‘ହମ୍ ହୋଙ୍ଗେ କଙ୍ଗାଲ’ ଗାଉଛନ୍ତି, ଯେଉଁଥିରେ ଶିବସେନା ସଦସ୍ୟମାନେ ହାବିଟାଟ୍ କୁ ଭଙ୍ଗାରୁଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।  କାମରା ‘ହମ୍ ହୋଙ୍ଗେ କଙ୍ଗଲ ଏକ ଦିନ, ମନ ମେ ହେ ଅନ୍ଧବିଶ୍ଵାସ, ଦେଶ କା ସତ୍ୟନାଶ’ (ଦିନେ ଆମେ ଗରିବ ହୋଇଯିବୁ, ହୃଦୟରେ ଅନ୍ଧ ବିଶ୍ୱାସ ଅଛି, ଦେଶ ବିନାଶ ଆଡ଼କୁ ଗତି କରୁଛି) ଗାଉଥିବା ବେଳେ ମୁମ୍ବାଇର ଲୋକପ୍ରିୟ କମେଡି କ୍ଲବରେ ଶିବସେନା କର୍ମୀମାନେ ଚେୟାର ଫିଙ୍ଗୁଥିବା ଏବଂ ସମ୍ପତ୍ତି ଭଙ୍ଗାରୁଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

 

Leave A Reply

Your email address will not be published.