Edited by Papu Mohanty
ଭୁବନେଶ୍ୱର : May 11: ରେଳ ମନ୍ତ୍ରଣାଳୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଥିବା ଗାଇଡ୍ ଲାଇନ୍ ପରିବର୍ତ୍ତନ କରିଛନ୍ତି । ଏଣିକି ୧୨୦୦ ସ୍ଥାନରେ ୧୭ଶହ ଯାତ୍ରୀ ଏହି ଟ୍ରେନ୍ରେ ଆସିପାରିବେ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗନ୍ତବ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ୩ଟି ଷ୍ଟେସନରେ ଟ୍ରେନ ଅଟକିବ । ରେଳ ମନ୍ତ୍ରାଳୟ ଅଧିକ ଶ୍ରମିକ ଟ୍ରେନ ପ୍ରବେଶ ପାଇଁ ଅନୁମତି ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସ୍ୱଳ୍ପ ସଂଖ୍ୟକ ସଂଖ୍ୟକ ଶ୍ରମିକ ଟ୍ରେନ ଚାଲୁଥିବାରୁ ପ୍ରବାସୀ ଶ୍ରମିକମାନେ ରାସ୍ତା ଓ ରେଳ ଟ୍ରାକରେ ଚାଲି ଚାଲି ଫେରୁଥିବା ଦେଖାଯାଉଛି । ମେ ୧ ତାରିଖ ଠାରୁ ୪୨୮ ଟ୍ରେନ୍ ଚଳାଚଳ କରୁଛି । ଫଳରେ ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରାୟ ୫ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିପାରିଛନ୍ତି ।
Comments are closed.