ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଜୟବିଜୟ ଦ୍ୱାର ନିକଟରେ ଜଣେ ବ୍ୟକ୍ତି ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହୋଇଛି । ସେଥିପାଇଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି । ସୂଚନାମୂତାବକ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣଙ୍କ ବାନ୍ତି କରିଦେଇଥିଲେ । ଏ ଅଘଟଣ ପରେ ପ୍ରାୟ ୧ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ କରାଯାଇଛି ।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡେ, କିଏ ବାନ୍ତି କରିଦେଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ । ପରେ ଚୂନ ପାଣି ପକାଯାଇ ସୌଧ କରାଯାଏ । ଏହାପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି।