ଶ୍ରୀନଗର ରେ ଚାଲିଥିବା ଏନକାଉଣ୍ଟରରେ ଆତଙ୍କବାଦୀ ନିହତ; ଜଣେ ପୋଲିସ କର୍ମଚାରୀ ଶହୀଦ ହେଲେ

ଶ୍ରୀନଗର: ଅଗଷ୍ଟ ୩୦ : ଶନିବାର ରାତିରେ ଶ୍ରୀନଗରରେ ହେଇଥିବା ଏକ ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀଙ୍କ ର ମୃତ୍ୟୁ ଘଟିଥିବା ବେଳେ ଜଣେ ଆତଙ୍କବାଦୀ ର ମୃତ୍ୟୁ ହେଇଛି ବୋଲି ଅଧିକାରୀମାନେ କହିଛନ୍ତି।

ମୃତ ପୋଲିସ କର୍ମଚାରୀ ଜଣଙ୍କ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ବାବୁ ରାମ ବୋଲି ଜଣାପଡିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ଜଣେ ଆତଙ୍କବାଦୀ ନିହତ ହେଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଏଏସଆଇ ବାବୁ ରାମ ସହିଦ ହେଇଛନ୍ତି। ଏବେ ମଧ୍ୟ ଅପରେସନ୍ ଚାଲିଛି I ‘
ଆତଙ୍କବାଦୀମାନେ ଶ୍ରୀନଗରର ପନ୍ତା ଛକ ଠାରେ ପୋଲିସର ନାକା ପାର୍ଟି ଏବଂ CRPF ଉପରେ ଗୁଳି ଚଳାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ସୁରକ୍ଷା ବାହିନୀ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ​​ଯାହାଦ୍ୱାରା ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। (IANS )

Comments are closed.