ସଠିକ୍‌ ସମୟରେ ଜବାବ୍‌ ଦେବୁ: ଆମେରିକା

କାବୁଲ ବିମାନବନ୍ଦର ଆତ୍ମଘାତୀ ସିରିଜ୍‌ ବିସ୍ପୋରଣ ଘଟଣା

 

ଦିଲ୍ଲୀ: ଅଗଷ୍ଟ ୨୭: ଗୁରୁବାରଦିନ ହୋଇଥିବା କାବୁଲ ବିମାନ ବନ୍ଦର ବାହାରେ ବିସ୍ପୋରଣ । ଗେଟ୍‌ ପାଖରେ ଆତ୍ମଘାତୀ ବିସ୍ପୋରଣ ହେବା ସହିତ ବନ୍ଦର ପାଖରେ ଥିବା ବରୋନ ହୋଟେଲରେ ଆଉ ଏକ ସିରିଜ ବିସ୍ପୋରଣ ମଧ୍ୟ ହୋଇଥିଲା । ହୋଟେଲରେ ଅଧିକାଂଶ ଆମେରିକ ସୈନ୍ୟଙ୍କ ସମେତ କିଛି ବ୍ରିଟିଶ ନାଗରିକ ରହିଥିଲେ । ତେବେ ଦ୍ୱିତୀୟ ଆତ୍ମଘାତୀ ବିସ୍ପୋରଣଟି ଆମେରିକୀୟ ସୈନ୍ୟମାନଙ୍କୁ ଲକ୍ଷ୍ୟ କରି ବିସ୍ପୋରଣ କରାଯାଇଥିଲା । ଏହି ଆତ୍ମଘାତୀ ସିରିଜ ବିସ୍ପୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ସମେତ ପ୍ରାୟ ୧୦୩ ଜଣ ଲୋକଙ୍କର ମୃତୁ୍ୟ ହୋଇଛି । ଆହୁରି ୧୮ ଜଣ ଆହତ ଆମେରିକୀୟ ସୈନ୍ୟ ନିଜ ଦେଶକୁ ଯାଇଛନ୍ତି । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବିସ୍ପୋରଣ ସମ୍ପର୍କରେ ହ୍ୱାଇଟ୍‌ ହାଉସରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି-ବଳ ଓ ସଠିକ୍‌ ସମୟ ଦେଖି ଆମେ ଏହି ଘଟଣାର ଜବାବ୍‌ ଦେବୁ । ଏହାସହିତ ବାଇଡେନ୍‌ ସୁରକ୍ଷା ଅଧିକାରୀଙ୍କ ସହିତ ଅଫଗାନ ସ୍ଥିତି ଉପରେ ଏକ ବୈଠକ କରିଛନ୍ତି ।
ଅନ୍ୟପକ୍ଷେ, ବହୁତ ଲୋକ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ମୁତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି । ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି ଯେ, ଗୁଇନ୍ଦା ସୂଚନା ଅନୁଯାୟୀ ଆତ୍ମଘାତୀ ବିସ୍ପୋରକମାନେ ବିମାନ ବନ୍ଦରରେ ଆକ୍ରମଣ କରିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ ।

Comments are closed.