କଟକ : ସମୀର ମହାନ୍ତି ହେବେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (OOA )ର ସଭାପତି। ଏକମାତ୍ର ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ କାଏମ ରହିଛି। ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ସଭାପତି ହେବା ନିଶ୍ଚିତ ହୋଇଛି। ୨୦୨୯ ଯାଏ ସେ ଓଓଏର ସଭାପତି ହୋଇ ରହିବେ । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ OOAର ସାଧାରଣ ପରିଷଦ ବୈଠକ ହେବ ।
ସେହିପରି ସମୀର ମହାନ୍ତି OOAର ନୂଆ ସଭାପତି ହେବାକୁ ଥିବା ବେଳେ ଅଭିଜିତ୍ ପାଲ୍ ହେବେ ସମ୍ପାଦକ। ଏଥିସହ ୬ ଉପସଭାପତି, ୨ ଯୁଗ୍ମ ସଂପାଦକ, ୧୧ ପରିଷଦ ନାଁ ମଧ୍ୟ ଚୂଡ଼ାନ୍ତ ହୋଇଛି । ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ, ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଉଭୟ ଅପ୍ରତିଦ୍ଵନ୍ଦ୍ୱୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ । ଆସନ୍ତା ୩୦ ତାରିଖରେ ସାଧାରଣ ପରିଷଦ ବୈଠକରେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା ।