ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ୨ ଦିନ ପାଇଁ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରଖିବ ବିଜେପି

ଭୁବନେଶ୍ୱର : ଜୁନ ୧୮:ଭାରତ ସୀମା ଗଲୱାନ୍‌ ଘାଟୀରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆସନ୍ତା ୨ ଦିନ ଯାଏଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରଖିବ ବିଜେପି । ଦଳର ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି । ଏଲଏସିରେ ଚୀନ ଓ ଭାରତ ମଧ୍ୟରେ ହୋଇଥିବା ହିଂସାତ୍ମକ ଲଢେଇରେ ଦେଶର ୨୦ ଜଣ ବୀର ଯବାନ ସହୀଦ ହୋଇଛନ୍ତି । ଦେଶମାତୃତା ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ପ୍ରାଣବଳୀ ଦେଇଥିବା ଏହି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆସନ୍ତା ୨ ଦିନ ଯାଏଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ କରିଛି ବିଜେପି । ଭର୍ଚୁଆଲ ରାଲି ସହ ସବୁ ରାଜନୈତିକ କ୍ରର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed.