ଭୁବନେଶ୍ୱର : ରାଜ୍ୟକୁ ଫେରିଛି ଶୀତ I ଏହା ସାଙ୍ଗକୁ ପ୍ରବଳ କୁହୁଡିରେ କଲବଲ ହେଉଛନ୍ତି ଲୋକେ I ସକାଳ ୮ଟା ସୁଦ୍ଧା ୧୦ ହାତ ଦୂରରେ ବି ମୁହଁକୁ ମୁହଁ ଦିଶୁନି I ଦୃଶ୍ୟମାନ ଦୂରତା ୫୦ ମିଟରୁ କମ ରହୁଥିବାରୁ ବଢୁଛି ଦୁର୍ଘଟଣା ଘଟିବାର ଭୟ । ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ୮ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାକୁ କୁହୁଡ଼ି ପାଇଁ ୟଲୋ ଆଲର୍ଟ ଜାରି କରାଯାଇ ଥିଲା । ସେହିପରି ୧୧ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ୧୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ।
ପୂରା ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡୁଛି । ସେହିପରି ଗତ ୨୪ ଘଣ୍ଟାରେ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ଥିବା ବେଳେ ପାଗ ଶୁଖିଲା ରହିଛି। ତେବେ କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଭଳି ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା ସାଙ୍ଗକୁ ବୁଲିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ରାଜଧାନୀ ଭୁବନେଶ୍ୱର ସମେତ କଟକରେ ବି କୁହୁଡ଼ି ଦେଖିବାକୁ ମିଳିଛି । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।
Comments are closed.