ସିକ୍କିମ୍‌ରେ ନଦୀକୁ ଟୁରିଷ୍ଟ ଭ୍ୟାନ୍‌ ଖସି ଜଣେ ମୃତ, ୮ ନିଖୋଜ

0

ଗ୍ୟାଙ୍ଗଟକ୍‌: ସିକ୍କିମ୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ଏବଂ ୮ ଜଣ ନିଖୋଜ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଓ ପଶ୍ଚିମବଙ୍ଗର ୧୧ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉତ୍ତର ସିକ୍କିମ୍‌ର ମାନଗାନ୍‌ ଜିଲ୍ଲାର ମୁନ୍‌ସିଥାଙ୍ଗ୍‌ ନିକଟରେ ଭାରସାମ୍ୟ ହରାଇ ୧୦୦୦ ଫୁଟ ତଳକୁ ଖସି ତିସ୍ତା ନଦୀ ଗର୍ଭକୁ ଚାଲିଯାଇଥିଲା। ସୂଚନା ପାଇ ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୁଲିସ, ଭାରତୀୟ ସେନା, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସ୍ଥାନୀୟ ଏସ୍‌ପି ସୋମ୍‌ ଡେଚୁ ଭୁତିଆଙ୍କ ସୂଚନାନୁସାରେ, ଉକ୍ତ ଗାଡ଼ିରେ ଚାଳକ ସମେତ ୧୧ଜଣ ପର୍ଯ୍ୟଟକ ବସିଥିଲେ। ଜଣଙ୍କର ମୃତଦେହ ମିଳିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ୮ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଆହତ ଦୁଇଜଣଙ୍କୁ ନିକଟସ୍ଥ ଚୁଙ୍ଗ୍‌ଥାଙ୍ଗ୍‌ ଫିଲ୍‌ଡ ହସପିଟାଲ୍‌ ଓ ପରେ ଅଧିକ ଚିକିତ୍ସା ନିମନ୍ତେ ଗ୍ୟାଙ୍ଗ୍‌ଟକର ଏସ୍‌ଟିଏନ୍‌ଏମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରଯାଇଛି।

Leave A Reply

Your email address will not be published.