ଭୁବନେଶ୍ୱର: ଅଗଷ୍ଟ ୩: ସୁସ୍ଥ ଶରୀରର ଆଧାର ହେଉଛି ହାଡ଼ । ହାଡ଼ ନିର୍ମାଣ ତଥା ମଜଭୁତ କରାଇବାରେ କ୍ୟାଲସିୟମ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବଦଳୁଥିବା ପାଣିପାଗ ଓ ଖାଦ୍ୟପେୟର ଅନିୟମିତତା କାରଣରୁ ଆମ ଶରୀର ସଠିକ୍ କ୍ୟାଲସିୟମ୍ ପାଇପାରେ ନାହିଁ । ଏହା ଫଳରେ ଦୈନିକ ଜୀବନରେ ହାଡ଼ ଓ ମାଂସ ଜନିତ ସମସ୍ୟା ଦେଖାଯାଏ । ଯେପରି-ହାଡ଼ ଦରଜ ହେବା, ଥକାପଣ ଲାଗିବା, ମାସଂପେଶୀରେ ରକା ପଶିବା, ଅଣ୍ଟା ଓ ଗୋଡ଼ ବିନ୍ଧା ହେବା । ଏହା ବ୍ୟତୀତ କେଶ ଝଡ଼ିବା, ନଖ ଫାଟିବା ଇତ୍ୟାଦିି ଲକ୍ଷଣ ମଧ୍ୟ କ୍ୟାଲସିୟମ୍ ଅଭାବରୁ ଦେଖାଯାଏ । ଏଣୁ ଆମକୁ ଆମର ଦୈନନ୍ଦିନ ଖାଦ୍ୟରେ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଯଥା-କ୍ଷୀର, ଛେନା ଓ ଦହି ସେବନ କରିବା ଉଚିତ୍ । କେତେକ ବ୍ୟକ୍ତି କ୍ଷୀର ଜାତୀୟ ଖାଦ୍ୟ ସେବନ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ସବୁଜ ପନିପରିବା ଓ ଋତୁ ଜାତୀୟ ଫଳ ଗ୍ରହଣ କରିପାରିବେ । ଯଥା-ଶାଗ, ବ୍ରୋକଲି, ବନ୍ଧାକୋବି, ଚିଜ୍, ଆଲମଣ୍ଡ, ଫଳ ଆଦି ଖାଦ୍ୟ । ବର୍ତ୍ତମାନ ଅଧିକାଂଶ ଲୋକଙ୍କ ପାଖରେ ୩୦ ବର୍ଷ ବୟସ ହେବା ପୂର୍ବରୁହିଁ ଅନେକ ପ୍ରକାର ହାଡ଼ଜନିତ ସମସ୍ୟା ଦେଖାଯାଉଛି । ବିଶେଷକରି ମହିଳାଙ୍କ କ୍ଷେତ୍ରରେ, ଏହି ସମସ୍ୟା ଅଧିକ ଦେଖାଦିଏ । ଏଣୁ ପ୍ରତ୍ୟେକ ଦିନ ଖାଦ୍ୟରେ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ୍ ।
Comments are closed.