ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଓଡିଶାରେ ଶୀଘ୍ର ଟିକାକରଣ ନେଇ ସହଯୋଗ ଲୋଡିଲେ

ଭୁବନେଶ୍ୱର : ଜୁଲାଇ ୨୨: କରୋନା ଟୀକ ପ୍ରସ୍ତୁତିର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲାଙ୍କ ସହ ଭିଡିଓ କଲରେ କଥା ହୋଇଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଶ୍ୱାଳୟର ସହ ମିଳିତ ଉଦ୍ୟମରେ ସେରମ ଇନଷ୍ଟିଚ୍ୟୁଟ କୋଭିଡ ଟୀକା ପାଇଁ ଉଦ୍ୟମ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଆବଶ୍ୟକ ଅନୁମତି ମିଳିବା ପରେ ଓଡିଶାରେ ଟୀକାକରଣ କାମରେ ପୁନାୱାଲା ସହ ଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ଏ ନେଇ ରାଜ୍ୟ ସରକାର ସେରମ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗରେ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ପାଇଁ ଓଡିଶା ନେଇଥିବା ପଦକ୍ଷେପକୁ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ପ୍ରଶଂସା କରିଥିଲେ । ସେ କହିଥିଲେ ଅକ୍ସପୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଟୀକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ସକାରାତ୍ମକ ଫଳାଫଳ ଦେଉଛି । ଭାରତରେ ଅଗଷ୍ଟରେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ଅକଟୋବର -ନଭେମ୍ବରରେ ଟୀକା ପ୍ରସ୍ତୁତ ହେବା ସମ୍ଭାବନା ରହିଥିବା ଜଣାପଡିଛି ।

Comments are closed.