ସୋଫିଆ କୁ‌ରେସିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିବା ମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନା ଖାରଜ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ‘ଅପରେସନ୍‌ ସିନ୍ଦୂର’ ଅଧୀନରେ ଭାରତ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନ୍ତର୍ଗତ ସେନା ବାହିନୀର ଜଣେ ମହିଳା ଅଧିକାରୀ ସୋଫିଆ କୁରେସିଙ୍କ ପ୍ରତି ନିର୍ଦ୍ଦେଶିତ ବିବାଦୀୟ ମନ୍ତବ୍ୟ ପାଇଁ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନାକୁ ଖାରଜ କରି କହିଛନ୍ତି, ” କ୍ଷମା ପ୍ରାର୍ଥନା କେଉଁଠି? ସେ କ୍ଷମା ପ୍ରାର୍ଥନା କ’ଣ ? ତୁମେ କି ପ୍ରକାରର କ୍ଷମା ପ୍ରାର୍ଥନା କରିଛ? କ୍ଷମା ପ୍ରାର୍ଥନାର କିଛି ଅର୍ଥ ଅଛି! ବେଳେବେଳେ ଲୋକମାନେ କେବଳ ପ୍ରକ୍ରିୟ‌ାରୁ ହଟିଯିବା ପାଇଁ ନମ୍ର ଭାଷା ବ୍ୟବହାର କରନ୍ତି! ପୁଣି କେତେବେଳେ ସେମାନେ କୁମ୍ଭୀର କାନ୍ଦଣା ଢାଳି ଦିଅନ୍ତି! ତୁମର କି ପ୍ରକାରର କ୍ଷମା ପ୍ରାର୍ଥନା ବୋଲି କୋର୍ଟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।ୁ

Leave A Reply

Your email address will not be published.