ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ
ଦିଲ୍ଲୀ: ଅଗଷ୍ଟ ୨: ବଲିଉଡ୍ ତଥା ଟଲିଉଡ୍ ଅଭିନେତା ସୋନୁ ସୂଦ୍ଙ୍କୁ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଏହି ଅବସରେ ଅଭିନେତା ସୋନୁ ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ୫୦୦ ଆଥ୍ଲେଟ୍ସଙ୍କ ସମେତ କୋଚ୍ ଏବଂ ଅଲମ୍ପିକ୍ସର କିଛି ଅଧିକାରୀଙ୍କ ସହିତ ବାର୍ତ୍ତାଳପ କରିଛନ୍ତି । ଆସନ୍ତା ବର୍ଷ ଋଷ୍ରେ ହେବାକୁ ଯାଉଥିବା ସ୍ୱତନ୍ତ୍ର ଶୀତକାଳୀନ ବିଶ୍ୱ ଅଲମ୍ପିକ୍ସ ଖେଳରେ ସେ ଭାରତୀୟ ଖେଳାଳୀଙ୍କ ତରଫରୁ ନେତୃତ୍ୱ ନେବେ । ଭର୍ଚୁଆଲ୍ ଇଭେଣ୍ଟରେ ଖେଳାଳୀ ଓ ଅନ୍ୟମାନେ ସୋନୁଙ୍କୁ ୱାକ୍ ପର ଇନ୍କ୍ଲì୍ୟଜନ୍ର ଟ୍ୟାଗ୍ ଦେଇଥିଲେ । ଋଷ୍ରେ ହେବାକୁ ଥିବା ଖେଳରେ ସ୍ୱତନ୍ତ୍ର ଅଲମ୍ପକ୍ସି ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିବାରୁ ସେ ଗର୍ବିତ ଓ ଉତ୍ସାହିତ ବୋଲି ଅଭିନେତା ପ୍ରକାଶ କରିଛନ୍ତି ।
Comments are closed.